Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଆଇପିଏଲ ୨୦୨୦: ବ୍ରିଟେନରୁ ଫେରିବା ପରେ ୩୬ ଘଣ୍ଟା କ୍ଵାରେଣ୍ଟାଇନ୍‌ରେ ରହିବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ର

17/09/2020 at 8:37 PM

ନୂଆଦିଲ୍ଲୀ ୧୭।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଦଳଗୁଡିକ ପାଇଁ ଆଶ୍ଵସ୍ତିକର ଖବର। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ୨୧ ଜଣ ଖେଳାଳି ବ୍ରିଟେନରୁ ଫେରିବା ପରେ ଛଅ ଦିନ ପରିବର୍ତ୍ତେ କେବଳ ୩୬ ଘଣ୍ଟା ଅର୍ଥାତ ଦେଢ ଦିନ କ୍ଵାରେଣ୍ଟାଇନ୍‌ରେ ରହିବେ। ଯେଉଁ ଫ୍ରାଞ୍ଚାଇଜି ଦଳରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କ୍ରିକେଟ୍‌ ଖେଳାଳି ଅଛନ୍ତି ସେହି ଫ୍ରାଞ୍ଚାଇଜି ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କ୍ରିକେଟ୍‌ ଖେଳାଳିଙ୍କୁ କମ ଅବଧି କ୍ଵାରେଣ୍ଟାଇନ୍‌ରେ ରଖିବାକୁ ବିସିସିଆଇ ଓ ୟୁଏଇର ସମ୍ବନ୍ଧିତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ଆଇପିଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ଛଅ ଦିନ ପରିବର୍ତ୍ତେ କେବଳ ୩୬ ଘଣ୍ଟା କ୍ଵାରେଣ୍ଟାଇନ୍‌ରେ ରହିବେ। ଫଳରେ ଅଧିକାଂଶ ଦଳର ଶୀର୍ଷ ଖେଳାଳି ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳି ପାରିବେ।

ଡେଭିଡ୍ ଓ୍ଵାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, ଜୋଫ୍ରା ଆର୍ଚର ଓ ଜୋସ ବଟଲର ପରି ଖେଳାଳି  ୟୁଏଇର ସମୟନୁସାରେ ଗୁରୁବାର ରାତି ପହଞ୍ଚିବେ। ଏହା ପରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷଣ କରାଯିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ବିମାନରେ ଯାତ୍ରା କରିବା ପୂର୍ବରୁ ଖେଳାଳିଙ୍କ ପରୀକ୍ଷଣ କରାଯିବ ଏବଂ ବିମାନ ବନ୍ଦରରେ ପହଞ୍ଚିଲେ ପୁଣି ଥରେ କରୋନା ପରୀକ୍ଷଣ କରାଯିବ। ଏହା ପରେ ଖେଳାଳି ନେଗେଟିଭ୍ ଆସିଲେ ଜୈବ ବିବିଧତା ସୁରକ୍ଷା ବଳୟରେ ପ୍ରବେଶ କରିବେ।

ଉଲ୍ଲେଖନୀୟ ଅଷ୍ଟ୍ରେଲିଆର ଜଣେ ବରିଷ୍ଠ ଖେଳାଳି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି କ୍ଵାରେଣ୍ଟାଇନ୍‌ ଅବଧି ଛଅ ଦିନ ପରିବର୍ତ୍ତେ ତିନି ଦିନ କରିବାକୁ ଅନୁରୋଧ କରିଥିଲେ। ବିସିସିଆଇ ଅତି କମରେ ତିନି ଫ୍ରାଞ୍ଚାଇଜି ଅଧିକାରୀଙ୍କ ସହ କଥା ଏହି ସମସ୍ୟାର ସମାଧାନ କରିଛନ୍ତି। ବିସିସିଆଇର ଏହି ନିଷ୍ପତ୍ତିରେ ଖେଳାଳି ଖୁସି ବ୍ୟକ୍ତ କରିଛନ୍ତି।

   Related Posts