Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବ୍ରେକ୍ ନେଲେ ବେନ ଷ୍ଟୋକ୍ସ, ଭାରତ ବିପକ୍ଷ ସିରିଜ୍‌ରୁ ବାହାର

30/07/2021 at 11:02 PM

ନୂଆଦିଲ୍ଲୀ ୩୦।୦୭: ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିରତି ନେଇଛନ୍ତି। ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ଏଥିସହ ବେନ ଷ୍ଟୋକ୍ସ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାହାରି ଯାଇଛନ୍ତି। ସେ ନିଜର ମାନସିକ ସ୍ଥିତିର ବିକାଶ ଏବଂ ବାମ ହାତର ଆଘାତପ୍ରାପ୍ତ ତର୍ଜନୀ ଆଙ୍ଗୁଠିକୁ ବିଶ୍ରାମ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍‌ ସମୟରେ ଷ୍ଟୋକ୍ସଙ୍କ ଏହି ତର୍ଜନୀ ଆଙ୍ଗୁଳି ଆଘାତ ଲାଗିଥିଲା। ପରେ ତାଙ୍କୁ ଅସ୍ତ୍ରୋପ୍ରଚାର କରିବାକୁ ପଡିଥିଲା। ତାଙ୍କ ଆଘାତ ଅଦ୍ୟାବଧି ସଂପୂର୍ଣ୍ଣ ସୁସ୍ଥ ହୋଇ ନାହିଁ। ଇସିବି ପ୍ରେସ୍ ବିବୃତ୍ତି ଜାରି କରି ଷ୍ଟୋକ୍ସଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିବା କହିଛି। ଖେଳରୁ ବିରତି ସମୟରେ ବୋର୍ଡ ତାଙ୍କ ସହାୟତା କରିବ। ଇଂଲଣ୍ଡର ପୁରୁଷ  କ୍ରିକେଟ୍‌ ଦଳର ପ୍ରବନ୍ଧ ନିର୍ଦ୍ଦେଶକ ଏସଲେ ଜାଇଲ୍ସ କହିଛନ୍ତି, ବେନ ଷ୍ଟୋକ୍ସ ନିଜର ଭାବନା ଓ ଉନ୍ନତି ବିଷୟରେ ଖୋଲା ଖୋଲି  କହିବାର ସାହାସ ଦେଖାଇଛନ୍ତି। ଖେଳାଳିଙ୍କ ଭଲ ମନ୍ଦ ତଥା ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ବିକାଶ ଆମର ପ୍ରାଥମିକତା  ବୋଲି ଜାଇଲ୍ସ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ବେନ ଷ୍ଟୋକ୍ସଙ୍କୁ ସେ ପର୍ଯ୍ୟନ୍ତ ବିଶ୍ରାମ ଦିଆଯିବ, ଯେ ପର୍ଯ୍ୟନ୍ତ ସେ ଚାହିଁବେ। ଆମେ ଭବିଷ୍ୟତରେ ଇଂଲଣ୍ଡ ପାଇଁ ତାଙ୍କର କ୍ରିକେଟ୍ ଖେଳ ଦେଖିବାକୁ ଉତ୍ସୁକ। ଷ୍ଟୋକ୍ସଙ୍କ ସ୍ଥାନରେ ସମରସେଟ୍‌ର କ୍ରେଗ୍ ଓଭରଟନଙ୍କୁ ଦଳରେ ସାମିଲ୍ କରାଯାଇଛି। ଆମେ ଅନୁରୋଧ କରୁଛୁ ଯେ, ଏହି ସମୟରେ ବେନ ଓ ତାଙ୍କ ପରିବାରଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯାଉ।

   Related Posts