Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅକ୍ଷରଙ୍କ ସ୍ପିନ ଜାଲରେ ଫସିଲା ଇଂଲଣ୍ଡ, ୧୧୨ ରନରେ ଅଲଆଉଟ୍

24/02/2021 at 6:23 PM

ଅହମ୍ମଦାବାଦ ୨୪।୦୨: ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭ ଭାଇ ମୋଟେରା ଷ୍ଟାଡିୟମରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଛି। ଗୋଲାପି ବଲ୍‌ରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ପିନ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଛି ଇଂଲଣ୍ଡ। ପ୍ରଥମ ଦିନରେ ଭାରତର ସ୍ପିନ ଜାଲରେ ଫସିଛି ଭ୍ରମଣକାରୀ ଦଳ। ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ଭ୍ରମଣକାରୀ ଦଳ ଦ୍ଵିତୀୟ ସେସନରେ ହିଁ ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲି ସର୍ବାଧିକ ୫୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬  ଓ୍ଵିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଛନ୍ତି। ଅକ୍ଷର ପଟେଲଙ୍କ ଏହା ହେଉଛି ହୋମ ଗ୍ରାଉଣ୍ଡ।

ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତୃତୀୟ ଓଭରରେ ୨ ରନ ସ୍କୋରରେ ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା। ଡୋମିନିକ୍ ସିବଲି ଖାତା ଖୋଲିବା ପୂର୍ବରୁ ଜୀବନର ଶହେ ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିୟ ଫେରିଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ମଧ୍ୟ ଖାତା ଖୋଲି ପାରିନଥିଲେ। ସେ ଅକ୍ଷର ପଟେଲଙ୍କ ପ୍ରଥମ ଶିକାର ହୋଇଥିଲେ। ୨୭ ରନରେ ୨ଟି ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଜୋ ରୁଟ୍  ଓ ଜ୍ୟାକ୍ କ୍ରାଉଲି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୪୭ ରନ ଯୋଡିଥିଲେ। ହେଲେ ଜୋ ରୁଟ୍‌(୧୭ ରନ)ଙ୍କୁ ଆଉଟ୍ କରି ରବି ଚନ୍ଦ୍ରନ ଅଶ୍ଵିନ ଭାରତକୁ ବହୁତ ବଡ ସଫଳତା ଦେଇଥିଲେ।

ରୁଟ୍‌ଙ୍କ ଆଉଟ୍ ପରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅକ୍ଷର ପଟେଲ ଶାଣିତ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅନ୍ୟପଟେ ଭଲ ବ୍ୟାଟିଂ କରୁଥିବା କ୍ରାଉଲି ପଞ୍ଚମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୮୪ ବଲରୁ ୧୦ ଚୌକା ସହ ୫୩ ରନ କରି କ୍ରାଉଲି ଅକ୍ଷର ପଟେଲଙ୍କ ଦ୍ଵିତୀୟ ଶିକାରହୋଇଥିଲେ। ଏହା ପରେ  ବେନ ଷ୍ଟୋକ୍ସ(୬ ରନ) ଓ ଜୋଫ୍ରା ଆର୍ଚର(୧୧ ରନ) ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଷ୍ଟୁଆର୍ଟ ବ୍ରଡ(୩ ରନ)ଙ୍କୁ ବୁମରାଙ୍କ ହାତରେ କ୍ୟାଚ୍ କରାଇ ଅକ୍ଷର ପଟେଲ୍ ପଞ୍ଚମ ଓ୍ଵିକେଟ୍ ପୂରଣ କରିଥିଲେ। ବେନ ଫୋକ୍ସ(୧୨ ରନ)ଙ୍କୁ କ୍ଲିନ ବୋଲ୍ଡ କର ଅକ୍ଷର ପଟେଲ ଇଂଲଣ୍ଡର ପ୍ରଥମ ଇନିଂସକୁ ୧୧୨ ରନରେ ସୀମିତ ରଖିଛନ୍ତି। ଇଂଲଣ୍ଡର ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। କ୍ରମାଗତ ଦ୍ଵିତୀୟ ଟେଷ୍ଟରେ ଅକ୍ଷର ପଟେଲ୍ ୫ ଓ୍ଵିକେଟ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଚେନ୍ନାଇରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ସେ ୫ ଓ୍ଵିକେଟ୍ ନେଇଥିଲେ।

ଅକ୍ଷର ପଟେଲ୍ ୩୮ ରନ ଦେଇ ୬ ଓ୍ଵିକେଟ୍ ନେବା ସହ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର  ହାସଲ କରିଛନ୍ତି। ଅଶ୍ଵିନ ୨୫ ରନ ଦେଇ ୩ ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

   Related Posts