ଇଞ୍ଜିନିଅରିଂ ଛାତ୍ରୀଙ୍କୁ ପୋଡି ମାରିଦେବା ପରେ ମୃତଦେହକୁ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ: ଜଣେ ସନ୍ଦିଗ୍ଧ ଗିରଫ

Published By : Prameya-News7 Bureau | April 19, 2019 IST

ରାଇଚୁର ୧୯/୪ : କର୍ଣ୍ଣାଟକ ରାଇଚୁରରୁ ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ସାମ୍ନାକୁ ଆସିଛି | ଜଣେ ଇଞ୍ଜିନୟରିଂ ଛାତ୍ରୀଙ୍କୁ ପୋଡି ହତ୍ୟା କରାଯାଇଛି | ଏହାପରେ ଛାତ୍ରୀଙ୍କ ଜଳି ଯାଇଥିବା ମୃତଦେହକୁ ଏକ ଗଛରେ ଝୁଲାଇ ଦିଆଯାଇଥିଲା | ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି | ଶବ ନିକଟରୁ ଏକ ସୂଈସାଇଡ ନୋଟ ମଧ୍ୟ ଜବତ ହୋଇଛି | କିନ୍ତୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା | ପ୍ରାଥମିକ ତଦନ୍ତରୁ ହିଁ ହତ୍ୟା ଘଟଣାର ଖୁଲାସା ହୋଇଛି |


ରାଇଚୁରରେ ଗତ ଏପ୍ରିଲ ୧୬ ତାରିଖରେ ଇଂଜିନିୟରିଂ ଛାତ୍ରୀ ମଧୁଙ୍କ ପୋଡି ଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା | ଏକ ଶୂନ୍ଶାନ ଜାଗାରେ ଥିବା ଏକ ଗଛରେ ମଧୁଙ୍କ ପୋଡା ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା | ପୋଲିସ ଘଟଣାସ୍ଥଳରୁ ଏକ ସୂଈସାଇଡ ନୋଟ ଜବତ କରିଥିଲା | ପରୀକ୍ଷାରେ ଭଲ ନମ୍ବର ରଖିନଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଈସାଇଡ ନୋଟରେ ଲେଖାଯାଇଥିଲା |


ତେବେ ସୂଈସାଇଡ ନୋଟ ଉପରେ ପୋଲିସ ବିଶ୍ଵାସ କରିନଥିଲା | କାରଣ ଯଦି ମଧୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ତେବେ ତାଙ୍କ ଶବ ଗଛରେ ଝୁଲୁଥିବା କେମିତି | ଏଥିରୁ ସ୍ପଷ୍ଟ ହୋଇଥିଲା ଯେ କେହି ତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଝୁଲାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି | ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା |


ମୃତ ମଧୁଙ୍କ ପରିବାର ଲୋକେ ରାଇଚୁରର ଏସପି କିଶୋର ବାବୁଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ | ଘଟଣାରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲା | ଘଟଣାର ତଦନ୍ତ ଜାରି ରହିଛି |


ମଧୁଙ୍କ ହତ୍ୟା ଘଟଣାକେ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି | କିଛି ୟୁଜର୍ସ ସୋସିଆଲ ମିଡ଼ିଆରେ ମଧୁଙ୍କ ଭୟଙ୍କର ଫଟୋ ସେୟାର କରି ତାଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି | ଏପଟେ ଆଉ କିଛି ଲୋକ ଅଭିଯୋଗ କୄଇଛନ୍ତି ଯେ ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି ଏବଂ ତାପରେ ତାଙ୍କୁ ହତ୍ୟା କରାଯାଇଛି |


ଆଜି ଏକ ୱେବସାଇଟ change.org ରେ ମଧୁଙ୍କ ପାଇଁ ନ୍ୟାୟ ମାଗୁଥିବା ଆବେଦନରେ ୨୦ ହଜାରରୁ ଅଧିକ ଦସ୍ତଖତ ମିଳିଛି | ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ଫଟୋ ଜାରି କରିନାହିଁ | ଗିରଫ ସନ୍ଦିଗ୍ଧ ଅଭିଯୁକ୍ତ ସମ୍ପର୍କରେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ | କିନ୍ତୁ ସନ୍ଦିଗ୍ଧ ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.