ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ: ପୁରୀରେ ଖେଳିଗଲା ଶୋକର ଛାୟା

Published By : Prameya-News7 Bureau | October 14, 2020 IST

ଭୁବନେଶ୍ୱର୧୪/୧୦: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ପରଲୋକ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

ମେକାନିକାଲ ଇଞ୍ଜିନିୟର ଭାବରେ ଷ୍ଟିଲ ଫ୍ରେମ୍ କାମରେ ତାଙ୍କର ଅନେକ ଅଭିଜ୍ଞତା ରହିଥିଲା। ଯେତେବେଳେ ଶ୍ରୀମନ୍ଦିରରୁ ପଥର ଖସିଥିଲା ତାହା ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଥର ଲଗାଯାଇଥିଲା।

ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି ତାଙ୍କ ଦ୍ୱାରା କରାଯାଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି କାର୍ଯ୍ୟରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ପୁରୀରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀ ଜଗନ୍ନାଥ ତାଙ୍କ ଅମରଆତ୍ମାର ସଦଗତି କରନ୍ତୁ ବୋଲି ଗଜପତି ମହାରାଜା ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.