ଚାକିରି ଗଲା ପରେ ଚିନ୍ତାରେ ଥିଲେ ଇଞ୍ଜିନିୟର, ଅନଲାଇନରେ ବିଷ କିଣି ପୁଅ, ଝିଅ ଓ ପତ୍ନୀଙ୍କ ସମେତ ନିଜେ ଖାଇ କଲେ ଆତ୍ମହତ୍ୟା…

Published By : Prameya-News7 Bureau | September 28, 2019 IST

ଇନ୍ଦୋର୨୮|୯: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟର ତାଙ୍କ ପତ୍ନୀ,ପୁଅ ଓ ଝିଅଙ୍କ ସମେତ ନିଜେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଇଞ୍ଜିନିୟର କାହିଁକି ଏମିତି କଲେ ପୋଲିସ ଖୋଳତାଡ଼ କରି ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।

 ପୋଲିସର ସୂଚନା ମୁତାବକ, ବ୍ୟକ୍ତି ଜଣକ ପେଶାରେ ଇଞ୍ଜିନିୟର ଥିଲେ। ସେ ଇଞ୍ଜିନିୟର ଚାକିରି କରି ନିଜର ତିନି ପ୍ରାଣୀ କୁଟୁମ୍ବଙ୍କୁ ପୋଷଣ କରୁଥିଲେ। ଅଚାନକ ତାଙ୍କର ଚାକିରି ଯିବା ପରେ ଚିନ୍ତାରେ ସେ ଭାଙ୍ଗି ପଡ଼ିଥିଲେ। ଏଥିସହ ଘର ଚଳାଇବା ତାଙ୍କ ପକ୍ଷେ କଷ୍ଟ ହୋଇ ପଡିଥିଲା। ତେଣୁ ସେ ଅନଲାଇନରେ ବିଷ କିଣି ପୁଅ, ଝିଅ ଓ ପତ୍ନୀଙ୍କ ସମେତ ନିଜେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୃତ ଇଞ୍ଜିନିୟର ଅଭିଷେକ ଅନଲାଇନରୁ ସୋଡିୟମ ନାଇଟ୍ରେଡ୍ ନାମକ ବିଷକୁ ଅର୍ଡର କରିଥିଲେ। ଏହି ବିଷ ଖାଇବା ପରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଅନଲାଇନ ଟ୍ରେଡିଙ୍ଗରେ ଇଞ୍ଜିନିୟରଙ୍କ କ୍ଷତି ହେବା ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଥିବା କଥା ପୋଲିସ କହିଛି। ଏଥିସହ ଇଞ୍ଜିନିୟରଙ୍କ ଲ୍ୟାପଟପ, ମୋବାଇଲ, ଇ-ମେଲ ଓ ବ୍ୟାଙ୍କ ଆକାଉଣ୍ଟର ବିବରଣୀକୁ ପୋଲିସ ଯାଞ୍ଚ କରୁଛି। ଆତ୍ମହତ୍ୟାର କାରଣ ଅନ୍ୟ କିଛି  ହୋଇପରି ଥାଏ ବୋଲି ପୋଲିସ ତନାଘନା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ୪୫ ବର୍ଷ ବୟସ୍କା ଅଭିଷେକ ସକ୍ସସେନା ତାଙ୍କ ପତ୍ନୀ ପ୍ରୀତି ଓ ଦୁଇଟି ଜାଆଁଳା ପିଲା ଅଦିତ୍‌ ଓ ଅନ୍ୟନ୍ୟା ଇନ୍ଦୋରର ଏକ ରିସର୍ଟରେ ଏମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ପୋଲିସର ସୂଚନା ଅନୁସାରେ, ଅଭିଷେକ ତାଙ୍କ ପତ୍ନୀ ଓ ପିଲାଙ୍କୁ ବିଷ ଦେବା ପରେ ନିଜେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଅନଲାଇନରେ ସୋଡିୟମ ନାଇଟ୍ରେଡ୍‌ ଭଳି ଖତରନାକ ବିଷ କିଣିବା କଥା ତାଙ୍କ ଲ୍ୟାପଟପରୁ ଜଣାପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.