ଡ୍ୟାମ୍ରୁ ମିଳିଲା ଯୁବ ଇଞ୍ଜିନିୟରଙ୍କ ମୃତଦେହ, ଦୁଇ ଦିନରୁ ଥିଲେ ନିଖୋଜ
3/09/2020 at 12:46 PM

କଳାହାଣ୍ଡି ୩।୯: ଡ୍ୟାମରୁ ମିଳିଲା ନିଖୋଜ ଯୁବ ଇଞ୍ଜିନିୟରଙ୍କ ମୃତଦେହ । ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ଗତ ୧ ତାରିଖରୁ ନିଖୋଜ ଥିଲେ । ଅଗ୍ନିଶମ କର୍ମଚାରୀ ପ୍ରତ୍ୟୁଷଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କ ମୋବାଇଲ ଫୋନ୍ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନ ଗତ ୧ ତାରିଖରୁ ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ସାଢେ ୬ଟା ସମୟରେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ସେ ଏକ ଧଳାରଙ୍ଗର ଓଡ଼ି ୦୨ଏଡି୮୪୭୧ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଆଇ ୨୦ କାର୍ ଚଳାଉଥିବା ଦେଖାଯାଇଥିଲା । ଏହାପରଠାରୁ ଆଉ ସେ କ୍ବାର୍ଟରକୁ ଫେରି ନଥିଲେ ।

ବୁଧବାର ସନ୍ଧ୍ୟାରେ ତାଙ୍କ ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ହୁଣ୍ଡାଇ କାର୍ ଲାଞ୍ଜିଗଡଠାରୁ ୩ କି.ମି. ଦୂରରେ ଟାଙ୍ଗନକନା ଡ୍ୟାମ୍ ନିକଟରୁ ଠାବ କରାଯାଇଥିଲା । ତେବେ ଡ୍ୟାମ୍ ରୁ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।