ଇଞ୍ଜିନିୟର ୪୨୦ : ୫ ଦିନ ମଧ୍ୟରେ ୨ ଯୁବତୀଙ୍କୁ କଲେ ବିବାହ, ଧରା ପଡିବା ପରେ ହେଲେ ଫେରାର

Published By : Prameya-News7 Bureau | December 21, 2020 IST

ଇନ୍ଦୋର, ୨୧/୧୨: ମଧ୍ୟପ୍ରଦେଶରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ୫ ଦିନରେ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ତେବେ ଧରା ପଡିବା ପରେ ସେ ଫେରାର ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତ ୨୬ ବର୍ଷୀୟ ଇଞ୍ଜିନିୟର ଇନ୍ଦୋରର ମୁସାଖେଡିରେ ରୁହନ୍ତି ।

ଅଭିଯୋଗ ଅନୁସାରେ ଇଞ୍ଜିନିୟରଜଣଙ୍କ ଡିସେମ୍ବର ୨ ତାରିଖରେ ଖଣ୍ଡବାରେ ଜଣେ ମହିଳାଙ୍କ ବିବାହ କରିଥିଲେ । ଏହାପରେ ସେ ୭ ତାରିଖରେ ଇନ୍ଦୋରର ମହୁରେ ମଧ୍ୟ ଜଣେ ଯୁବତୀଙ୍କ ସବ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଖଣ୍ଡବା ରହୁଥିବା ମହିଳାଙ୍କ ପରିବାର ଯୁବକଙ୍କ ବାବଦରେ ସତ ଜାଣିପାରି ଅଭିଯୋଗ କରିଛନ୍ତି ।

ପରିବାର ତରଫରୁ ଥାନାରେ ଦିଆଯାଇଥିବା ଏତଲାରେ କୁହାଯାଇଛି ଯେ, ଇଞ୍ଜିନିୟର ଜଣଙ୍କ ଡିସେମ୍ବର ୨ରେ ବିବାହ ପରେ ୭ ତାରିଖରେ ଆଉ ଥରେ ବିବାହ କରିବାକୁ ମହୁରେ ପହଁଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ସମ୍ପର୍କୀୟ ଫଟୋ ଉଠାଇଥିଲେ । ଏହି ଫଟୋ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ ପାଇବା ପରେ ସତ ସାମ୍ନାକୁ ଆସିଥିଲା ।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିବାହରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଯୌତୁକରେ ଅନେକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବିବାହ ପରେ ଅଭିଯୁକ୍ତ ନବବଧୁକୁ ନେଇ ଇନ୍ଦୋର ଯାଇଥିଲା । ସେଠାରେ ପହଁଚିବା ପରେ ଇଞ୍ଜିନିୟରଜଣଙ୍କ ଭୋପାଳ ଯିବା ନାଁରେ ମହୁରେ ଆଉ ଥରେ ବିବାହ କରିଥିଲେ ।

ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.