ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ: ବଙ୍ଗଳା, ଆପାର୍ଟମେଣ୍ଟ, ସୁନାଗହଣା, ଟଙ୍କା ଯାଂଚ ଚାଲିଛି…

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର୧୮|୭: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବ।ହୀ ଯନ୍ତ୍ରୀ ହୃଦେଶ୍ବର ବହେରାଙ୍କ ବାରିପଦା, ବାଲେଶ୍ବର , କେନ୍ଦୁଝର ଏବଂ ଭୁବନେଶ୍ବର ଘର ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ତାଙ୍କର ଲକ୍ଷଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବାର ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି ।….

{"id":135133}

ସରକାରୀ ଚାକିରି ।  ତାହା ପୁଣି ଇଂଜିନିୟର । ମାଲ୍‌ କମେଇବେନି କେମିତି । ଦେଖନ୍ତୁ ବାବୁଙ୍କ ଆଲିସାନ୍‌ ବଙ୍ଗଳା । ବଙ୍ଗଳା କହିଲେ ବରଂ ଭୁଲ୍ ହେବ । ଏହା ଏକ ସୁରମ୍ୟ ରାଜପ୍ରସାଦ । ଏହି ରାଜପ୍ରସାଦ ଭଳି ଅଟ୍ଟାଳିକାର ଅଧିକାରୀ ହେଉଛନ୍ତି ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ହୃଦେଶ୍ବର ବେହେରା । ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ଯନ୍ତ୍ରୀ ହୃଦେଶ୍ବର ବେହେରାଙ୍କ ବାରପିଦା ଘର ସେମତ, ଉଦଳାର ପୈତକୃକ ବାସଭବନ, ବାଙ୍ଗିରିପୋଷି ସ୍ଥିତ ଶ୍ବଶୁର ଘର ଏଭଳି ୫ଟି ସ୍ଥାନରେ ଆଜି ସକାଳୁ ଏକକାଳୀନ ଚଢାଇ ଆରମ୍ଭ କରିଥିଲା ଭିଜିଲାନ୍ସ ଟିମ୍‌ ।

{"id":135134}

 ବାରିପଦା ସ୍ଥିତ ପ୍ରଫୁଲ୍ଲନଗରଠାରେ ଯନ୍ତ୍ରୀ ମହାଶୟଙ୍କ କୋଠା ଦେଖି ଭିଜିଲାନ୍ସ ବିଭାଗ ତାଜୁବ୍‌ ହୋଇଥିଲା । ୨ ମହଲା ବିଶିଷ୍ଟ ଏହି କୋଠାରେ ଦାମୀ ମାର୍ବଲ ଲାଗିଥିବା ବେଳେ ରହିଥିଲା ସୁସଜ୍ଜିତ ବହୁମୂଲ୍ୟର ଆସବାବ ପତ୍ର । ଆୟ ବହିର୍ଭୁତ ସମ୍ପତ୍ତି ନେଇ ଘରୁ ଅନେକ କାଗଜ ପତ୍ର, ଦାମୀ କାର, ଦୁଇ ଚକିଆ ଯାନ, ସୁନା ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

{"id":135135}

ସେହିଭଳି ବାବୁଙ୍କର ଭୁବନେଶ୍ବର ନୂଆପଲ୍ଲୀ ଅଞ୍ଚଳରେ ଥିବା ଇଶା ଆପାର୍ଟମେଣ୍ଟର ବି ବ୍ଲକର ରେହିଛି ୩୦୬ ନମ୍ବର ଘର । ଏହା ସହ ବାଲେଶ୍ବର, କେନ୍ଦୁଝର ଆଦି ସ୍ଥାନରେ ବି ସମ୍ପତ୍ତି ରହିଛି । ଏହି ସମସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଚଢାଉ ବଳେ ଯନ୍ତ୍ରୀଙ୍କ ଘରେ କାମ କରୁଥିବା କର୍ମଚାରୀ ସହଯୋଗ କରି ନଥିଲେ ।

{"id":135136}

କନିଷ୍ଠ ଯନ୍ତ୍ରୀରୁ ପଦନ୍ନୋତି ପାଇ ସହକାରୀ ଯନ୍ତ୍ରୀ ହୋଇଛନ୍ତି ହୃଦେଶ୍ବର । ମୟୁରଭଞ୍ଜ ସୂବର୍ଣ୍ଣରେଖା ଜଳ ପ୍ରକଳ୍ପ, ବାରିପଦା ବ୍ଲକ୍‌, କ୍ଷୁଦ୍ର ଜଳସେଚନ ବିଭାଗରେ ପାଖାପାଖି ୧୨ ବର୍ଷ ହେଲା କାମ କରିଛନ୍ତି । ତାଙ୍କ ଦାୟିତ୍ବରେ ଥିବା ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ତଥ୍ୟ ସଂଗ୍ରହ କରୁଥିଲା । ଆଉ ଶେଷରେ ଭିଜିଲାନ୍ସ ଜାଲରେ ପଡଛନ୍ତି ଏହି ସହକାରୀ ଯନ୍ତ୍ରୀ । ଭିଜିଲାନ୍ସ ସବୁ ସମ୍ପତ୍ତିର ହିସାବ ନିକାଶ କରୁଛି…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.