Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନ୍‌ରେ କଲେଜ୍ ବନ୍ଦ ହେବାରୁ ମାଛ ଚାଷ ଆରମ୍ଭ କଲେ ଇଞ୍ଜିନିୟର: ମୋଦିଙ୍କ ସ୍ୱପ୍ନ ସାକାର କରିବା ଦିଗରେ ଯୁବ ଶିକ୍ଷକ

14/09/2020 at 4:44 PM

ରାଞ୍ଚି ୧୪/୦୯ : ଝାରଖଣ୍ଡ ପାକୁଡ ଜିଲ୍ଲା ମହେଶପୁର ଅନ୍ତର୍ଗତ ସୋନାରପାଡା ଗାଁର ବିଟ୍ଟୁ କୁମାର ଦାସ ପାଠ ପଢା ସାରିବା ପରେ ମାଛ ଚାଷ ଆରମ୍ଭ କରିଛନ୍ତି । ବିଟ୍ଟୁ ନିଜ ଗାଁରେ ଵାୟୋଫ୍ଲକ ଟେକ୍ନୋଲୋଜି ଜରିଆରେ ମାଛ ଚାଷ କରୁଛନ୍ତି । ପଲିଟେକ୍ନିକ କଲେଜର ଶିକ୍ଷକ ବିଟ୍ଟୁ ଦାସ କରୋନା ଲକଡାଉନରେ କଲେଜ ବନ୍ଦ ହେବାପରେ ମାଛ ଚାଷ ବ୍ୟବସାୟ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ବର୍ଷେ ପୂର୍ବରୁ ମାଛ ଚାଷ ଆରମ୍ଭ କରିଥିଲେ । କିନ୍ତୁ ଲକଡାଉନ ପରେ ବଡ ଆକାରରେ ଚାଷ କରିବା ଆରମ୍ଭ କରିଛନ୍ତି ।

ବିଟ୍ଟୁ ଦାସ ଏହି ବ୍ୟବସାୟରୁ ପ୍ରତି ମାସରେ ପାଖାପାଖି ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହାସହ ଗାଁର ୪ ପରିବାରକୁ ମଧ୍ୟ ରୋଜଗାର ଦେଇଛନ୍ତି । ଆଖପାଖ ଗାଁଲୋକେ ତାଙ୍କ ପାଖକୁ ମାଛ ଚାଷ ଉପାୟ ଶିଖିବାକୁ ଆସିଥାନ୍ତି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ମଧ୍ୟ ଲୋକେ ମାଛ ଚାଷ ପ୍ରଣାଳୀ ଶିଖିବାକୁ ଆସିଥାନ୍ତି ।

ବିଟ୍ଟୁ ଦାସ ଯେତେବେଳେ ଏହି କାମ ଆରମ୍ଭ କରିଥିଲେ ତାଙ୍କୁ କିଛି ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସେ ଆଗେଇ ଚାଲିଲେ । ପଶ୍ଚିମବଙ୍ଗରୁ ବିହନ ଆଣି ମାଛ ଉତ୍ପାଦନ କରି ପଶ୍ଚିମବଙ୍ଗ ବଜାରରେ ବିକ୍ରି କରନ୍ତି । ଦେଶୀ ମାଛ ଚାଷରୁ ଅଧିକ ଲାଭ ହୁଏ ବୋଲି ବିଟ୍ଟୁ ଦାସ କହିଛନ୍ତି ।

ବିଟ୍ଟୁ ଦାସ ବିଟେକ କରିବା ପରେ ପଶ୍ଚିମବଙ୍ଗର ଏକ ପଲିଟେକ୍ନିକ କଲେଜରେ ପଢାଉଥିଲେ । ଲକଡାଉନରେ କଲେଜ ବନ୍ଦ ହୋଇଯିବାରୁ ସେ ମାଛ ଚାଷ ଉପରେ ଅଧିକ ଦୃଷ୍ଟି ଦେଇଥିଲେ ଓ ଅଧିକ ପରିଶ୍ରମ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ କ୍ରାନ୍ତି ବା ମତ୍ସ୍ୟ ସମ୍ପଦ ଯୋଜନା ଦ୍ୱାରା ପ୍ରେରିତ ହୋଇ ମତ୍ସ୍ୟ ଚାଷ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।

   Related Posts