ଦେଶୀ ମଦ ତିଆରି କାରବାରରେ ଦିମାଗ ଖଟାଉଥିଲେ ଇଞ୍ଜିନିୟର ବୋହୂ: ସାଥ୍ ଦେଉଥିଲେ ଶାଶୁ-ସ୍ବାମୀ, ସେମାନେ ଖସିଗଲେ ଏମାନେ ଧରା ପଡିଗଲେ
14/01/2021 at 5:11 PM

ଭଦ୍ରକ୧୪/୧: ଶାଶୁ, ବୋହୂ ଏବଂ ଦୁଇ ପୁଅ ମିଳିମିଶି ଦେଶୀ ମଦ ତିଆରି କରୁଥିଲେ। ଶାଶୁ ଗୃହିଣୀ, ବୋହୂ ସିଭିଲ ଇଞ୍ଜିନିୟର ଏବଂ ପୁଅ ୨ଜଣ ମଧ୍ୟ ଉଚ୍ଚ ଶିକ୍ଷିତ। ହେଲେ ଚଳାଇଥିଲେ ଦେଶୀ ମଦ କାରବାର। ଏ ସଂପର୍କରେ ପୋଲିସ ସୁରାକ ପାଇବା ପରେ ଦେଶୀ ମଦ ତିଆରିରେ ସଂପୃକ୍ତ ଶାଶୁ-ବୋହୂଙ୍କୁ ଗିରଫ କରିଛି। ପୁଅ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁରେ ଚାଲିଥିଲା ଦେଶୀ ମଦ ତିଆରି।
ମିଳିଥିବା ସୂଚନା ମୁତାବକ, ଆଲାଦୀ ସିଂଙ୍କ ଘର ପଛପଟରେ ଦେଶୀ ମଦ ତିଆରି କରି ବିକ୍ରି କରାଯାଉଥିଲା। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମଦ ତିଆରି ଆଡ୍ଡାରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ ପୁଅ ଫେରାର ହୋଇଯାଇଥିବା ବେଳେ ଇଞ୍ଜିନିୟ ବୋହୂ ମନୀଷା (ଛଦ୍ମନାମ) ଏବଂ ଶାଶୁକୁ ପୋଲିସ ଗିରଫ କରିଛି। ପୋଲିସର ଚଢ଼ାଉ ବେଳେ ୧ହଜାର ଲିଟରରୁ ଅଧିକ ଦେଶୀ ମଦ ସହ ପୋଚ ଜବତ ହୋଇଛି। ମଦ ତିଆରି ପାଇଁ ବ୍ୟବହୃତ ଉପକରଣ ସହ ନଗଦ ୧ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏଥିସହ ଗୋଟିଏ କାର ସହ ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି।