ପ୍ରେମିକାର ଗଳାକାଟି ହତ୍ୟା କରିଥିବା ଇଂଜିନିୟର ପ୍ରେମିକ ଗିରଫ : ଉଭୟଙ୍କ ବାହାଘର ବି ଠିକ ହୋଇଥିଲା, ହେଲେ କାହିଁକି ଘଟିଲା ଏମିତି?

Published By : Prameya-News7 Bureau | December 13, 2018 IST

ଇନ୍ଦୋର ୧୩/୧୨ : ପ୍ରେମିକାର ଗଳା କାଟି ହତ୍ୟା କରିଥିବା ଇଂଜିନିୟର ପ୍ରେମିକ ଗିରଫ ହୋଇଛି | ମଙ୍ଗଳବାର ଦିନ ପୋଲିସ ହତ୍ୟାକାରୀ ପ୍ରେମିକକୁ ଏକ ହୋଟେଲରୁ ଗିରଫ କରିଛି |

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରୋନକ ଦୁବେ ସୁଦାମା ନଗରରେ ରହୁଥିଲା | ରୋଶନୀ ବିନ୍ଧ୍ୟାଞ୍ଚଳନଗରରେ ରହୁଥିଲେ | ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ଥିଲା | ପାଖାପାଖି ୩ ମାସ ପୂର୍ବରୁ ଉଭୟଙ୍କ ବାହାଘର ଠିକ ହୋଇଯାଇଥିଲା | ଉଭୟ ଗୋଟିଏ କମ୍ପାନୀରେ ଇଂଜିନିୟର ଚାକିରୀ କରୁଥିଲେ | କିନ୍ତୁ ବାହାଘର ପରେ ରୋନକ ସ୍ତ୍ରୀକୁ ଛାଡି ୩ ବର୍ଷ ପାଇଁ ବିଦେଶକୁ ଯିବାକୁ ଚାହୁଁଥିଲା ବୋଲି ଘରଲୋକେ ସେହି ବାହାଘର ଭାଙ୍ଗି ଦେଇଥିଲେ | ଏହାପରେ ରୋଶନୀ ରୋନକ ସହ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ | ସେଥିପାଇଁ ରୋନଙ୍କ ରାଗି ଯାଇଥିଲା | ସେ ରୋଶନୀ ସହ କଥା ହେବା ପାଇଁ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା | ଅଫିସ ସାରିବା ପରେ ରୋନକ କଥା ହେବା ବାହାନାରେ ରୋଶନୀ ପାଖକୁ ଆସିଥିଲା | ସେଠାରେ ସେ ରୋଶନୀଙ୍କ ଗଳା କାଟି ହତ୍ୟା କରିଥିଲା | ହତ୍ୟା କରିବା ପରେ ରୋନକ ବିଲଡିଂରୁ ତଳକୁ ଡେଇଁ ବାଇକ ନେଇ ଚାଲିଯାଇଲା |

ଘଟଣା ପରେ ରୋନକ ଉଜୈନ ଚାଲିଯାଇଥିଲା | ବଡ଼ନଗରରେ ଏକ ହୋଟେଲରେ ରୁମ ନେଇ ରୋନକ ରହିଥିଲା | ସେଠାରେ ସେ ଫିନାଇଲ ପିଇ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲା | ଘଟଣା ସମ୍ପର୍କରେ ରୋନକର ମାମୁଙ୍କ ପାଖକୁ ଏକ ଫୋନ ଆସିଥିଲା | ସେତେବେଳେ ରୋନକର ମାମୁ ପୋଲିସ ଥାନାରେ ବସିଥିଲେ | ପୋଲିସ ସେହି ନମ୍ବରକୁ ଫୋନ କରିବାରୁ ଜଣାପଡିଥିଲା ଯେ, ସେହି ନମ୍ବର ହୋଟେଲ ମ୍ୟାନେଜରର | ଯେଉଁ ହୋଟେଲରେ ରୋନକ ରୁମ ନେଇ ରହିଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ରୋନକକୁ ଉଜୈନ ହସ୍ପିଟାଲରେ ଭର୍ତ୍ତି କରିଥିଲା | ରୋନକା ଅବସ୍ଥା ଗୁରୁତର ହେବାରୁ ତାକୁ ବୁଧବାର ଦିନ ଏମବାଏ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.