ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଲେ ମନ୍ତ୍ରୀଙ୍କ ସମର୍ଥକ, ମୋଦୀଙ୍କ ଅପିଲ ମାନି ଦୀପ ଜାଳିବାରୁ ରାଗିଗଲେ ଏନସିପି ନେତା

Published By : Prameya-News7 Bureau | April 07, 2020 IST

ମୁମ୍ବାଇ, ୦୭|୦୪:  ମୁମ୍ବାଇର ଜଣେ ଯନ୍ତ୍ରୀଙ୍କୁ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ଓ କିଛି ଗୁଣ୍ଡା ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଯନ୍ତ୍ରୀଜଣଙ୍କ ମନ୍ତ୍ରୀ ତଥା ଏନସିପି ନେତା ଜିତେନ୍ଦ୍ର ଆହ୍ୱାଦଙ୍କ ନାମରେ ଅଭିଯୋଗ  ଦାଖଲ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତୀ ମୋଦୀ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜାଳିବାକୁ କହିଥିଲେ । କିନ୍ତୁ ଏହାକୁ ବିରୋଧ କରି ଜିତେନ୍ଦ୍ର କ୍ୟାମ୍ପେନ ଆରମ୍ଭ କରିଥିଲେ । ଏପରିକି ସୋସିଆଲ ମିଡିଆରେ ଭରତକ ନଗର ଅଞ୍ଚଳରେ କେହି ଦୀପ ନଜାଳିବାକୁ ସେ ତାଗିଦ କରିଥିଲେ  । ରବିବାର ୨ ଜଣ ପୋଲିସ କନଷ୍ଟେବଳ ତାଙ୍କୁ ଜିତେନ୍ଦ୍ରଙ୍କ ଘରକୁ ଉଠାଇ ନେଇ ମାଡ ମାରିଥିଲେ । ପୂର୍ବରୁ ଏହି ଯନ୍ତ୍ରୀ ଜଣଙ୍କ ଜିତେନ୍ଦ୍ରଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ତେଣୁ କନଷ୍ଟେବଳ ତାଙ୍କ ଘରକୁ ଯାଇଥିବା କୁହାଯାଉଛି ।

{"id":250461,"width":754,"height":498,"sizeSlug":"large"}

ଏପ୍ରିଲ ୫ ତାରିଖରେ ଜିତେନ୍ଦ୍ର ଖୁଲମ ଖୁଲା ଭାବେ ମୋଦୀଙ୍କ ଅପିଲକୁ ବୟକଟ୍ କରିବାକୁ କହିଥିଲେ । ଏହାସହ ଯୁବକଙ୍କୁ ଚାକିରୀ ନାହିଁ, ଡାକ୍ତରଙ୍କୁ ପିପିଇ କିଟ୍ ମିଳୁନାହିଁ ବୋଲି ସେ ଟାର୍ଗେଟ ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ରବିବାର ରାତ୍ର ୯ଟାରେ ସାରା ଦେଶ କରୋନା ଭାଇରସ ପାଇଁ ଏକଜୁଟ ହୋଇଥିଲା, ଜିତେନ୍ଦ୍ର ମଧ୍ୟ ବାବସାହେବ ଆମ୍ବେଦକରଙ୍କ ମୂର୍ତ୍ତିରେ ଲାଇଟ୍ ଲାଗିଥିବା ଫଟୋ ପୋଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.