ବିଧାୟକଙ୍କ ଦାଦାଗିରି : ଯନ୍ତ୍ରୀଙ୍କୁ ଡକେଇ ପିଟିଲେ, ସମର୍ଥକ ବି ଛାଡିଲେନି, ଆହତ ଯନ୍ତ୍ରୀ ବାରିପଦା ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | September 04, 2020 IST

ବାରିପଦା ୦୪/୦୯ : ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ବାରିପଦା ଆଇ.ଟି.ଡି.ଏ. ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ଯନ୍ତ୍ରୀ ଜେନା ଫିଲ୍ଡ କାର୍ଯ୍ୟରେ ଥିବା ଯୋଗୁଁ ବିଧାୟକଙ୍କୁ ଦିନବେଳେ ଦେଖା କରିପାରିନଥିଲେ । ସନ୍ଧ୍ୟାରେ ଗଣପତି ଜେନା କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍ କୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

{"id":324888,"sizeSlug":"large"}

ଯେତେ କାକୁତି ମିନତୀ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ଏବଂ ଅନ୍ୟ ତିନି ସମର୍ଥକ ସହ ଯନ୍ତ୍ରୀ ଜେନାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ଯନ୍ତ୍ରୀ ଗଣପତି ଜେନା । ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.