ବୁଲେଟ ଭଳି ହେବ ହିରୋର ଏହି ୪ଟି ନୂଆ ସୁପର ବାଇକ୍‌ର ଇଞ୍ଜିନ, ଦେଖିବାକୁ ବି ସବୁଠୁ ସୁନ୍ଦର

Published By : Prameya-News7 Bureau | October 21, 2019 IST

ନୂଆ ଦିଲ୍ଲୀ୨୧|୧୦: ହିରୋ ମୋଟରକର୍ପ ଦେଶର ସବୁଠୁ ଲୋକପ୍ରିୟ ବାଇକ କମ୍ପାନୀ ମଧ୍ୟରୁ ଗୋଟେ। ଦେଶର କୋଣ ଅନୁକୋଣରେ ହିରୋ ମୋଟରସାଇକଲର ବହୁଳ ପ୍ରଚଳନ  ଦେଖାଯାଏ। ସାଧାରଣତଃ ହିରୋ ବାଇକକୁ ସୁବିଧାଜନକ ବାଇକ ବୋଲି କୁହାଯାଏ। ସମୟ ବଦଳିବା ସହ କମ୍ପାନୀ ମଧ୍ୟ ଏଣ୍ଟ୍ରି ଲେଭଲ ପ୍ରିମିୟମ୍‌ ମୋଟରସାଇକଲ ସେଗମେଣ୍ଟରେ କାମ କରିବା ଆରମ୍ଭ କରିସାରିଛି।

ନିକଟରେ ହିରୋ ୨୦୦ ସିସିର ୪ଟି ନୂଆ ବାଇକ୍‌ ଲଂଚ କରିଛି। ଏହି ସବୁ ବାଇକ୍‌ରେ ଗୋଟେ ପ୍ଲାଟଫର୍ମର ଇଞ୍ଜିନ ଲାଗିଛି। ଆଗାମୀ ସମୟରେ କମ୍ପାନୀ ଆହୁରୀ ଭାରି ବାଇକ୍‌ ଲଂଚ କରିବ। ଆସନ୍ତା ବର୍ଷ ହିରୋ ୪ଟି ନୂଆ ମଡେଲ ଲଂଚ କରିବ। ହିରୋର ଏହି ସବୁ ମଡେଲରେ ବୁଲେଟ ଭଳି ୩୦୦ ସିସି ଇଞ୍ଜିନ ରହିବ। ଏହି ସବୁ ବାଇକକୁ X ସିରିଜ ଦ୍ବାରା ଲଂଚ କରାଯିବ।

{"id":172626}

Hero Xpulse 300

ନିକଟରେ Xpulse 200 ଭାରତରେ ଲଂଚ କରାଯାଇଛି। ଏହି ବାଇକକୁ ହିରୋର ଇମ୍ପଲ୍ସ ମୋଟରସାଇକଲକୁ ଅପଗ୍ରେଡ କରି ତିଆରି କରାଯାଇଛି। Xpulse 200 ମୁକାବିଲାରେ Xpulse 300ରେ ମାତ୍ର କିଛି କସମେଟିକ୍ସରେ ପରିବର୍ତ୍ତନ କରାଯାଇଛି। Xpulse 300ରେ ପାୱାରଫୁଲ ଏଲଇଡି ହେଡଲେମ୍ପ୍‌ସ, ମସକ୍ୟୁଲାର ଫୁଏଲ ଟାଙ୍କ, ସ୍ପୋର୍ଟି ଲୁକ୍‌ ପାଇଁ ସ୍ପ୍ଲିଟ୍‌ ସିଟ ଓ ପଛଆଡେ ନୂଆ ଡିଜାଇନର ମସକ୍ୟୁଲାର ଏଲଇଡି ଟେଲଲେମ୍ପ ଲଗା ଯାଇଛି।

ବାଇକରେ ଦୁଇପଟେ ଡିସ୍କ ବ୍ରେକ ଓ ସେଫ୍‌ଟି ପାଇଁ ଡୁଆଲ ଚେନଲ ଏବିଏସ ମଧ୍ୟ ଅଛି। ଗାଡିର ସସପେନ୍ସନ ଖୁବ ଅଲଗା ହେବ।ହିରୋ Xpulse 300ରେ 300ccର ସିଙ୍ଗଲ ସିଲିଣ୍ଡର, ଲିକ୍ବିଡ-କ୍ଲୁଡ, ଫୁଏଲ ଇନ୍‌ଜେକଟେଡ୍‌ ଇଞ୍ଜିନ ରହିବ ଯେଉଁଥିରେ ୬-ସ୍ପିଡ ଗିୟରବକ୍ସ ରହିବ। ଏହି ଇଞ୍ଜିନ 20-25 bhpର ପିକ୍‌ ପାୱାର ଓ 20-23 Nm ଟର୍କ ଜେନେରେଟ କରିବ।

{"id":172625,"width":576,"height":433}

Hero XF3R
୨୦୧୬ ମସିହାରେ ଅଟୋ ଏକ୍ସପୋରେ ହିରୋ ଏହି ବାଇକ ଲଂଚ କରିଥିଲା। ଅଟୋ ଏକ୍ସପୋରେ ଦେଖାଯାଇଥିବା ଏହି ମଡେଲରେ ମସକ୍ୟୁଲାର ଡିଜାଇନ, ସିଙ୍ଗଲ ସାଇଡେଡ୍‌ ରିୟର ସ୍ବିଙ୍ଗଆର୍ମ ସେଟଅପ୍‌ ଦିଆଯାଇଥିଲା। ଏଥିରେ ହେଣ୍ଡଲେମ୍ପ, ଫୁଲ ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର,ସ୍ପ୍ଲିଟ ସିଟ୍‌ ସେଟଅପ ଓ ଏଲଇଡି ଟେଲଲେମ୍ପ ଦିଆଯିବ। ଗାଡିର ଦୁଇପଟେ ଡିସ୍କବ୍ରେକ ଓ ଡୁଆଲ ଚ୍ୟାନାଲ ଏବିଏସ ରହିପାରେ। ଏହି ଷ୍ଟ୍ରିଟଫାଇଟର ବାଇକରେ300ccର ଇଞ୍ଜିନ ରହିବ।

{"id":172624}

Hero Xtreme 300S

300cc ବାଇକ ପ୍ଲାଟଫର୍ମରେ ହିରୋ ଆଗାମୀ ବର୍ଷ ଏକ ନୂଆ ବାଇକ ଲଂଚ କରିପାରେ। ଏହି ବାଇକର ଲୁକ ପାଖାପାଖି Xtreme 200S ଭଳି ହେବ। ଏହି ନୂଆ ବାଇକର ଡିଜାଇନ ଟିକେ ଅଲଗା ହେବ। ଏଲଇଡି ହେଡଲେମ୍ପ୍‌ସ, ମସକ୍ୟୁଲାର ଫୁଏଲ ଟାଙ୍କ, ଫ୍ରଣ୍ଟ ଫେୟରିଂଗର ଡିଜାଇନ ନୂଆ ରହିବ। ଏହି ବାଇକର ଇଞ୍ଜିନ ମଧ୍ୟ 300ccର ରହିବ।

{"id":172623}

Hero Xpulse 300T

ହିରୋ ଏକ୍ସପଲ୍ସର ପାୱାରଫୁଲ ଭର୍ସନ Xpulse 300T ଲଂଚ ହେବ। ଏହି ବାଇକ ଅଧିକ ପାୱାରଫୁଲ ଓ ଅଧିକ ଦୂର ଯାଇପାରୁଥିବା ବାଇକ୍‌ ମଦ୍ୟରୁ ଗୋଟେ ହେବ। ରାଇଡିଂ ପାଇଁ ଆରାମଦାୟକ ରହିବା ପାଇଁ ସବୁ ସୁବିଧା ଏହି ବାଇକରେ ରହିବ। ଏଥିରେ ମୋଟା ସସ୍‌ପେନ୍ସନ ସେଟଅପ୍‌, ବଡ ଫୁଏଲ ଟ୍ୟାଙ୍କ, ଚଉଡା ଟ୍ୟୁବଲେସ ଟାୟର ଓ ଆରାମଦାୟକ ସିଙ୍ଗଲ ପିସ ସିଟ ମିଳିବ। ଏହି ବାଇକରେ ୩୦୦ ସିସିର ଇଞ୍ଜିନ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.