କରୋନା ଭୟ: ଲାଇଭ୍‌ ଭିଡିଓ କଲିଂରେ ସମ୍ପର୍ଣ୍ଣ ହେଲା ବାହାଘର ନିର୍ବନ୍ଧ, ୟୁଜର୍ସ କହିଲେ- ଏହି ଭିଡିଓ ନିଶ୍ଚିତ ପ୍ରେରଣା ଦେବ...

Published By : Prameya-News7 Bureau | March 19, 2020 IST

ଅହମ୍ମଦାବାଦ୧୯/୩: କରୋନା ଭାଇରସ୍‌ ଭୟ ସମସ୍ତଙ୍କୁ ଘାରିଛି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଭାରତରେ ପ୍ରଥମ ଘଟିଛି। କରୋନା ଭୟରେ ଲାଇଭ ଭିଡିଓ କଲିଂ ମାଧ୍ୟମରେ ପୁଅ ,ଝିଅଙ୍କ ବାହାଘର ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। କୌଣସି ସ୍ଥାନରେ ଏକତ୍ରିତ ହେବ ନାହିଁ ବୋଲି ସରକାର ଆଡ଼ଭାଜରୀ ଜାରି କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗ୍ରାଉଣ୍ଡରେ ଦର୍ଶକଙ୍କ ଗହଳିକୁ ନିଜର କରି ଆଇପିଏଲ୍‌ ମ୍ୟାଚ୍‌କୁ ମଧ୍ୟ ବାତିଲ କରି ଦିଆଯାଇଛି। କୌଣସି ସ୍ଥାନରେ ସଭା,ସମିତି କରି ପାରିବେ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି। ତେଣୁ ପୁଅ ଓ ଝିଅଙ୍କ ଘର ଲୋକେ ଏକାଠି ନିର୍ବନ୍ଧ କାର୍ଯ୍ୟ ନ କରି ଲାଇଭ୍‌ ଭିଡିଓ କଲିଂ ମାଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି। ଏହି ନିର୍ବନ୍ଧର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାର ଲାଗିଛି।

wp:core-embed/twitter {"url":"https://twitter.com/BanGayaKutta/status/1226908190777806848?s=20","type":"rich","providerNameSlug":"twitter","className":""}
https://twitter.com/BanGayaKutta/status/1226908190777806848?s=20
/wp:core-embed/twitter

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନଠାରୁ ମାତ୍ର କିଛି ଦୂରରେ ଏହିଭଳି ଘଟଣା ଘଟିଛି। ଏହି ଭିଡିଓ ଲୋକମାନଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି ୟୁଜର୍ସମାନେ ନିଜ ମତ ରଖିଛନ୍ତି। କୌଣସି ସାର୍ବଜନିକ ସଭା, ସମିତି ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ତେଣୁ ଲାଇଭ୍‌ ଭିଡିଓ​‌ କଲିଂରେ ଉଭୟ ପରିବାର ଉପସ୍ଥିତ ଥିଲେ। ରୀତି-ରିବାଜ ଅନୁସାରେ ମୋବାଇଲ ସାମ୍ନାରେ ପୁରୋହିତ ମନ୍ତ୍ର ପାଠ କରିଥିଲେ। ଲାଇଭ ଭିଡିଓ କଲିଂରେ ଶେଷ ହୋଇଥିଲା ନିର୍ବନ୍ଧ କାର୍ଯ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.