ଡାଇମଣ୍ଡ ରିଙ୍ଗ ଦେଲାନି ବୋଲି ଭାଙ୍ଗିଦେଲେ ନିର୍ବନ୍ଧ, ଝିଅକୁ ଅତି ନିର୍ମମ ଭାବେ ପିଟିଲେ ପୁଅ ଘର ଲୋକ

Published By : Prameya-News7 Bureau | September 06, 2021 IST

ଚଣ୍ଡୀଗଡ ୦୬/୦୯ : ପଞ୍ଜାବ ଜଲନ୍ଧରର ରାମା ମାଣ୍ଡିରେ ଥିବା ହୋଟେଲରେ ଚାଲିଥିଲା ରିଙ୍ଗ ସେରିମୋନି । ତେବେ ହୀରା ମୁଦି ନେଇ ଉଭୟ ପୁଅ ଘର ଓ ଝିଅ ଘର ମଧ୍ୟରେ ଲାଗିଥିଲା ମହାଭାରତ । ବିବାଦ ଏତେ ବଢିଯାଇଥିଲା ଯେ ଉଭୟ ପକ୍ଷ ମଧ୍ୟରେ ଝଗଡା ତୀବ୍ର ରୂପ ନେଇଥିଲା । ହୀରା ମୁଦି ନଥିବାରୁ ନିର୍ବନ୍ଧ ମଧ୍ୟ ଭାଙ୍ଗିଯାଇଛି । କେବଳ ସେତିକି ନୁହେଁ ପୁଅ ଘର ଲୋକ ଝିଅ ଘର ଲୋକଙ୍କୁ ମାଡ ମାରିବାକୁ ବି ପଛାଇନଥିଲେ ।

ଝିଅ ପକ୍ଷକୁ ମାଡ ମାରିବା ପରେ ବର ପକ୍ଷ ଲୋକେ ସେଠାରୁ ଫେରାର ହୋଇଯାଇଛନ୍ତି । ପୋଲିସ ଝିଅ ଘର ପକ୍ଷର ଅଭିଯୋଗ ପର ପୋଲିସ ସେମାନଙ୍କୁ ଖୋଜୁଛି । ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସମସ୍ତ ଫୁଟେଜକୁ ଜବତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଝିଅ ଘର ପରିବାର ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ, ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପୁଅ ପରିବାର ହୀରା ମୁଦି ମାଗିଥିଲେ ।

କିନ୍ତୁ ମୁଦି ଦିଆ ସମୟ ଯେତେବେଳେ ଆସିଥିଲା, ସେତେବେଳେ ପୁଅ ଘର ଲୋକେ ୨ଟି ହୀରା ମୁଦି, ସୁନା ମୁଦି ଏବଂ କାନଫୁଲ ମାଗିଥିଲେ । ଏକଥାକୁ ନେଇ ଆରମ୍ଭ ହୋଇଥିଲା ମାର୍‌ପିଟ୍‌ । ସୂଚନା ଥାଉକି, ପୂର୍ବରୁ ପୁଅଟି ବିବାହ କରିଛି ଏବଂ ତାର ଦୁଇଟି ପିଲା ଅଛନ୍ତି । ଏବେ ଏହି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.