Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସାତ ସଦସ୍ୟ କରୋନା ପଜିଟିଭ୍ ପରେ ଇସିବି ଘୋଷଣା କଲା ନୂତନ ୧୮ ଜଣିଆ ଟିମ୍, ୮ରୁ ପାକ୍ ବିପକ୍ଷରେ ଦିନିକିଆ ସିରିଜ୍

6/07/2021 at 5:30 PM

ଲଣ୍ଡନ ୦୬।୦୭: ପାକିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳର ୭ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୂରା ଦଳ ଆଇସୋଲେସନକୁ ଚାଲି ଯାଇଛି। ଏହା ସତ୍ତ୍ଵେ ବି ନିର୍ଦ୍ଧାରିତ ସମୟରେ ସିରିଜ୍ ଖେଳାଯିବ। ଏହା ମଧ୍ୟରେ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ୧୮ ଜଣିଆ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସଙ୍କୁ ଦଳର ଅଧିନାୟକ କରାଯାଇଛି। ପୂର୍ବରୁ ଘୋଷିତ ଦଳର କୌଣସି ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ। ଜୁଲାଇ ୮ରୁ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି।

ଇଂଲଣ୍ଡ ପୁରୁଷ କ୍ରିକେଟ୍‌ର ପରିଚାଳକ ନିର୍ଦ୍ଦେଶକ ଏସ୍ଲେ ଜାଇଲସ  କହିଛନ୍ତି, ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ପାଇଁ ଏହା ବହୁତ ବଡ ସୁଯୋଗ। କାରଣ କାହାରିକୁ ମଧ୍ୟ ୨୪ ଘଣ୍ଟା ଭିତରେ ଏତେ ବଡ ମୁକାବିଲା ଖେଳିବେ ବୋଲି ଆଶା ନଥିଲା। ଘରୋଇ କ୍ରିକେଟ୍‌ରେ ଏହି ସବୁ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଏହି କଠିନ ସମୟରେ ଆମେ ପାକ୍ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେଉଛୁ ବୋଲି ଏସ୍ଲେ କହିଛନ୍ତି। ବେନ ଷ୍ଟୋକ୍ସ ପ୍ରଥମ ଥର ଦିନିକିଆରେ ଅଧିନାୟକ ଦାୟିତ୍ଵ ସମ୍ଭାଳିବାକୁ ଯାଉଛନ୍ତି।

ଇସିବି କହିଛି, ଯେଉଁ ଖେଳାଳି କରୋନା ପଜିଟିଭ୍ ସେମାନେ ପ୍ରୋଟୋକଲ ଅଧାରରେ ସେଲ୍‌ଫ ଆଇସୋଲେସନରେ ରହିବେ। ଦଳର ଅନ୍ୟ ଖେଳାଳି ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନେ ମଧ୍ୟ ସଙ୍ଗରୋଧରେ ରହିବେ। କିନ୍ତୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଇସିବି କହିଛି। ବେନ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଘରୋଇ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ଦିନିକିଆ ମ୍ୟାଚ୍ ଜୁଲାଇ ୮, ଜୁଲାଇ ୧୦ ଓ ଜୁଲାଇ ୧୩ରେ ଖେଳାଯିବ। ସେହି ପରି ଟି-୨୦ ମୁକାବିଲା ଜୁଲାଇ ୧୬, ୧୮ ଓ ଜୁଲାଇ ୨୯ରେ ଖେଳାଯିବ।

ପାକ୍ ବିପକ୍ଷ ଇଂଲଣ୍ଡର ଦିନିକିଆ ଦଳ

ବେନ ଷ୍ଟୋକ୍ସ(ଅଧିନାୟକ), ଜାକ୍ ବେଲ, ଡେନି ବ୍ରିଗ୍ସ, ବ୍ରାଇଡନ କର୍ସ, ଜ୍ୟାକ କ୍ରଲ, ବେନ ଡକେଟ୍, ଲୁଇସ ଜର୍ଜ, ଟମ ହେଲ୍‌ମ, ଓ୍ଵିଲ୍ ଜ୍ୟାକ୍ସ, ଡାନ ଲରେନ୍ସ, ଡେଭିଡ୍ ମଲାନ, ସାକିବ ମହସୁଦ, କ୍ରେଗ୍ ଓଭର୍ଟନ, ମାଟ୍ ପାର୍କିନସନ, ଡେଭିଡ୍ ପେନ, ଫିଲ୍ ସଲ୍ଟ, ଜନ ସିମ୍ପସନ ଓ ଜେମ୍ସ ଭିନ୍ସ।

   Related Posts