Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା : ଶକ୍ତି ମନ୍ତ୍ରୀ

2/06/2021 at 6:05 PM

ଭୁବନେଶ୍ବର ୨।୬: ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା । ଉପକୂଳର୍ବୀ ଅଞ୍ଚଳରେ ୧୨ ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ । ଅଣ୍ଡର ଗ୍ରାଉଣ୍ଡ କେବଲିଙ୍ଗ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ । ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ବାଲେଶ୍ଵରର ଦାୟିତ୍ବ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ବାତ୍ୟା ପରେ ଆମ ବିଭାଗର ଅସଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫ ଫୁଟ ପାଣି ଭିତରେ ପଶି ଆମ କର୍ମଚାରୀମାନେ  ଲୋକଙ୍କୁ ବିଜୁଳି ଦେବା ପାଇଁ କାର୍ଯ୍ୟ କରିଛନ୍ତି । କୋଭିଡ୍ କାରଣରୁ ଆମେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ସହଯୋଗ ନେଇନଥିଲୁ । ଆମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ବିଦ୍ୟୁତ ଯୋଗାଇବାରେ ଆମେ ସକ୍ଷମ ହୋଇଛୁ । ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ଓ ଠିକ୍ ଜାଗାରେ କର୍ମଚାରୀ ଏବଂ ଉପକରଣ ମହଜୁଦ ରଖିଥଲୁ । ପୁନରୁଦ୍ଧାର କାର୍ଯ୍ୟରେ ବାତ୍ୟା ଅଞ୍ଚଳବାସୀ ପୂର୍ଣ୍ଣ ସହାୟତା ଓ ସହଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

   Related Posts