ଏନର୍ଜି ଡ୍ରିଙ୍କ୍ କ୍ୟାନରେ ତିଆରି ହୋଇଥିଲା ବୋମା ! ଇସ୍ରାଇଲ୍ ଦୂତାବାସ ବାହାରୁ ଜବତ ହୋଇଛି କ୍ୟାନ୍

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧ : ଦିଲ୍ଲୀରେ ଇସ୍ରାଇଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ସାରା ଦେଶରେ ଅନେକ ମୁଖ୍ୟ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (NSG) ର ନ୍ୟାସନାଲ୍ ବମ୍ବ ଡାଟା ସେଣ୍ଟର ଟିମ୍ ଆଶଙ୍କା ପ୍ରକାଶ କରିଛି ଯେ ବିସ୍ଫୋରଣ ପାଇଁ ଏନର୍ଜି ଡ୍ରିଙ୍କ ବ୍ୟବହାର କରାଯାଇଥିଲା। କାରଣ ବିସ୍ଫୋରଣ ସ୍ଥଳ ପାଖରୁ କ୍ଷତବିକ୍ଷତ ଏନର୍ଜି ଡ୍ରିଙ୍କ କ୍ୟାନ୍ ଜବତ ହୋଇଛି।

ସୂତ୍ର ଅନୁଯାୟୀ, ଏନର୍ଜି ଡ୍ରିଙ୍କ କ୍ୟାନକୁ ସର୍କିଟ ବୋର୍ଡ ଡିଭାଇସ ଲୁଚାଇବାକୁ ବ୍ୟବହାର କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ଏହାକୁ ଟିମର ସହ ଯୋଡ଼ା ଯାଇଥାପରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ବିସ୍ଫୋରଣ ସ୍ଥଳରୁ ସର୍କିଟ ବୋର୍ଡ ମଧ୍ୟ ଜବତ ହୋଇଛି। ସୂତ୍ର ସୂଚନା ଅନୁଯାୟୀ, ବୋମା ଡିଭାଇସରେ ଆଲୁମିନିୟମ ସହ ପେଣ୍ଟେରିଥ୍ରାଇଟ୍ ଟେଟ୍ରାନାଇଟ୍ରେଟ୍ (PETN) ମଧ୍ୟ ଜବତ ହୋଇଛି। ଲ୍ୟାବ୍ ଏନେଇ ସ୍ପଷ୍ଟ କରିଛି। ତେବେ ଅନ୍ତିମ ରିପୋର୍ଟ ରବିବାର ଦିନ ଆସିବ।

ଏନଏସଜି ଟିମ ବିସ୍ଫୋରଣ ସ୍ଥଳ ତଦାରଖ କରିଛନ୍ତି। ଏହାର ରିପୋର୍ଟ ଦିଲ୍ଲୀ ପୋଲିସ ଟିମ୍ ସହ ସେୟାର କରାଯିବ। ପୋଲିସ ଟିମ ହାତରେ ଅନେକ ସିସିଟିଭି ଫୁଟେଜ ମଧ୍ୟ ଲାଗିଛି। କିନ୍ତୁ ଏବେ ସୁଦ୍ଧା କୌଣସି ସଠିକ୍ ଫଳାଫଳ ପ୍ରାପ୍ତ ହୋଇନାହିଁ। କାରଣ ଦୂତାବାସର ଅନେକ ସିସିଟିଭି ଖରାପ ଅଛି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଦିତାବାସ ନିକଟରେ ସକ୍ରିୟ ଥିବା ମୋବାଇଲ ନମ୍ବର ଓ ତାର କଲ୍ ଡାଟା ମଧ୍ୟ ଯୋଗାଡ କରାଯାଉଛି। ତାଛଡା ଯେଉଁମାନେ ଦୂତାବାସ ଆଖପାଖ ଅଞ୍ଚଳକୁ ଆସିଥିଲେ ସେମାନଙ୍କ ସମ୍ବନ୍ଧରେ କ୍ୟାବ କମ୍ପାନୀକୁ ମଧ୍ୟ ପଚରାଉଚୁରା କରାଯାଉଛି। ଯାଞ୍ଚ ଏଜେନ୍ସି ଦୂତାବାସ ଅଞ୍ଚଳର ଆଇପିଡ଼ିଆର ଡାଟା ମଧ୍ୟ ତଦନ୍ତ କରୁଛି। ଯେପରି ଜାଣିହେବ ଯେ ସେଦିନ କୌଣସି ସନ୍ଦିଗ୍ଧ ବ୍ୟକ୍ତି ମୋବାଇଲ୍ କଲ୍ ପରିବର୍ତ୍ତେ ଇଣ୍ଟରନେଟ୍ କଲିଂ ମାଧ୍ୟମରେ କାହା ସହ ଯୋଗାଯୋଗ କରିଥିଲେ କି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.