ଏଣିକି ଘରକୁ ଘର ଯାଇ ବିଦ୍ୟୁତ ବିଲ୍‌ ଆଦାୟ କରିବେ SHG, ଘରକୁ ଲାଇନ ନଥିଲେ ତୁରନ୍ତ ଦିଆଯିବ...

Published By : Prameya-News7 Bureau | October 05, 2021 IST

ଭୁବନେଶ୍ୱର ୦୫।୧୦:  ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ  ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ମଧ୍ୟ ଉପସ୍ଥିତ ରହିଥିଲେ । ୩-୪ଟି ଦିଗ ଉପରେ ଆଲୋଚନା ହୋଇଛି ।

ତେବେ ଏହି ଆଲୋଚନାରେ ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ । କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି । ଏଣିକି SHG ଦ୍ୱାରା ବିଲ ଆଦାୟ କରିବ କମ୍ପାନି । ଘରକୁ ଯାଇ ବିଲ ଆଦାୟ କରିବ SHG । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ ।

ସେହିପରି ଘରମାନଙ୍କରେ  ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍‌ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି । ଠିକଣା ସମୟରେ ବିଲ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.