ବିଜୁଳି ପାଇଁ ତାତିଲେଣି ଲୋକେ : ୧୨ ତାରିଖ ସୁଦ୍ଧା ସମଗ୍ର ଭୁବନେଶ୍ବରକୁ ବିଜୁଳି ଦେବା ଲକ୍ଷ୍ୟରୁ ଓହରିଲା ଶକ୍ତି ବିଭାଗ, କହିଲା ୧୨ ତାରିଖ ସୁଦ୍ଧା ୯୦ ପ୍ରତିଶତ ହିଁ ଦିଆଯାଇପାରିବ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର୧୦|୫: ୧୨ ତାରିଖ ସୁଦ୍ଧା ଭୁବନେଶ୍ବରକୁ ସମ୍ପୂଣ୍ଣ ଆଲୋକିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଶକ୍ତି ବିଭାଗ ।  ହେଲେ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହେବ ବୋଲି କହିଛି । ଏକଥା ନିଜେ ସ୍ବୀକାର କରିଛନ୍ତି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା । ଏପଟେ ଦିନି ଦିନ ଗଡୁଥିବା ଦେଖି ବଢ଼ିଲାଣି ଅସନ୍ତୋଷ ଆଉ ତାତିଲେଣି ଲୋକେ । ଇଲେକ୍ଟ୍ରି ଅଫିସ ଘେରାଉ କରିବା ସହ ଜାତୀୟ ରାଜ ପଥ ଅବରୋଧ କରିଛନ୍ତି ରାଜଧାନୀ ବାସୀ । ସେମାନଙ୍କ ଗୋଟିଏ ଦାବି ତୁରନ୍ତ ବିଜୁଳି ଦିଅ।

{"id":110630}

୧୨ ତାରିଖ ସୁଦ୍ଧା ପୂରା ଆଲୋକିତ ହୋଇପାରିବନି ରାଜଧାନୀ । ଏକଥା ମାନିଛନ୍ତି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା । କାରଣ ଆଗରୁ ସାମ୍ବାଦିକ ସମ୍ମିଳନୀରେ ୧୨ ତାରିଖ ସୁଦ୍ଧା ଭୁବନେଶ୍ବର ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଆଶ୍ବାସନା ଦେଇଥିଲେ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ ।  ଏବେ ଶକ୍ତି ବିଭାଗ ସଚିବଙ୍କ ମୁହଁରେ କୁହାଇଥିବା କଥା ନିଜେ ରଖିପାରିନି । କାରଣ ଆଜି ସୁଦ୍ଧା ୮୦ ପ୍ରତିଶତ କାମ ସାରିବାକୁ ଶକ୍ତି ବିଭାଗ ଲକ୍ଷ୍ୟ ରଖିଥିଲା ବର୍ତ୍ତମାନ ସୁଦ୍ଧା ସେ ଲକ୍ଷ୍ୟ ବି ପୂରଣ କରିପାରିନି । ୧୨ ତାରିଖ ସୁଦ୍ଧା ୯୦ ପ୍ରତିଶତ ହେବ ବୋଲି କହିଛନ୍ତି ଶକ୍ତି ସଚିବ । ଏପରିକି ଭୁବନେଶ୍ବରରେ ଅନେକ ଅଞ୍ଚଳରେ ବିଜୁଳି ଦିଆଯାଇଥିଲେ ବି ବିଦ୍ୟୁତ ଉପଭୋକ୍ତା ମାନେ ତାର ଫାଇଦା ଉଠାଇ ପାରିନାହାନ୍ତି।  କାରଣ ବଦ୍ୟୁତ ଉପୋଭକ୍ତଙ୍କ ଘର ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନାହିଁ। ଏବେ ଅଭି​‌ଯୋଗ ଆସିବା ୨୦୦ ଆଇଟିଆଇ ଛାତ୍ର ନିୟୋଜିତ କରାଯାଇଛି।

{"id":110631}

ଶକ୍ତି ବିଭାଗର ଅବହେଳା ପାଇଁ ଲୋକେ ତାତିଲେଣି। ପୁରୀରୁ ରାଜଧାନୀ ସବୁଠି ଜନ ଅସନ୍ତୋଷ ଦେଖିାବାକୁ ମିଳୁଛି। କେଉଁଠି ରାସ୍ତାରୋକ ତ ଆଉ କେଉଁଠି ଜେଇଙ୍କୁ ଉଠାଇଲେଣି, ସ୍ଥାନୀୟ ଇଲେକ୍ଟ୍ରି ଅଫିସରେ ପସି ଭଙ୍ଗରୁଜା କଲେଣି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଷଢ଼ୁଛନ୍ତି ଲୋକେ । ଯେଉଁଥିପାଇଁ ଆଜି ଗ୍ୟାରେଜ ଛକରେ  ଜାତୀୟ ରାଜପଥକୁ ବନ୍ଦ କରିଥିଲେ ଲୋକେ । ଗୋଟିଏ  ଦାବି ବିଦ୍ୟୁତ ଦିଅ ।

{"id":110633}

ଜନ ଅସନ୍ତୋଷ ବଢ଼ୁଥିବା ଦେଖି ସରକାର ବାହାର ରାଜ୍ୟରୁ ଲୋକ ଆଣି କାମରେ ଲାଗାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ହଜାର କର୍ମଚାରୀ ବାହାରୁ ଆସି କାମରେ ଲାଗିଛନ୍ତି। ଆଜି କେରଳରୁ କିଛି ବିଦ୍ୟୁତ ଶ୍ରମିକ ଆସିଛନ୍ତି। ସେମାନଙ୍କୁ ପୁରୀରେ ନିୟୋଜିତ କରାଯିବ। ଧାରଣ ନଦେଇ, ଗଣ୍ତଗୋଳ  ନକରି ପୁନଃରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛି ଶକ୍ତି ବିଭାଗ।

{"id":110634}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.