Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ନାଲି ଆଖି ଦେଖାଇ ପାରିବ ନାହିଁ ଶତ୍ରୁ, ସମୁଦ୍ରରେ ଭାରତର ମହାଯୋଦ୍ଧା ‘ବିକ୍ରାନ୍ତ’ର ପରୀକ୍ଷଣ ଆରମ୍ଭ

5/08/2021 at 5:33 AM

ନୂଆଦିଲ୍ଲୀ ୦୫।୦୮: ଭାରତର ପ୍ରଥମ ସ୍ଵଦେଶ ନିର୍ମିତ ବିମାନବାହକ ଯୁଦ୍ଧ ଜାହାଜ ‘ ଆଇଏନଏସ ବିକ୍ରାନ୍ତ’ର ସମୁଦ୍ରରେ ବହୁ ପ୍ରତୀକ୍ଷିତ ପରୀକ୍ଷଣ ବୁଧବାରଠୁ ଆରମ୍ଭ ହୋଇଛି। ଏହା ଦେଶରେ ନିର୍ମିତ ସବୁଠୁ ବଡ ଓ ବିଶାଳକାୟ ଯୁଦ୍ଧପୋତ। ଭାରତୀୟ ନୌସେନା ଏହି ଅବସରକୁ ଦେଶ ପାଇଁ ଗୌରବ ଓ ଐତିହାସିକ  କ୍ଷଣ ବୋଲି କହିଛି। ଏଥିସହ ଭାରତ ସେହି ବଛା ବଛା ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଗଲା, ଯାହାଙ୍କ ପାଖରେ ସ୍ଵଦେଶରେ ଡିଜାଇନ କରିବା, ନିର୍ମାଣ କରିବା ଓ ଅତ୍ୟାଧୁନିକ  ବିମାନ ବାହକ ଜାହାଜ ନିର୍ମାଣ କରିବାର କ୍ଷମତା ରହିଛି।

ବିକ୍ରାନ୍ତର ଓଜନ ୪୦ ହଜାର ଟନ ଏବଂ ଏହାକୁ ପ୍ରଥମ ଥର ସମୁଦ୍ରରେ ପରୀକ୍ଷଣ କରାଯାଉଛି। ଏହି ନାମରେ ଏକ ଜାହାଜ ୫୦ ବର୍ଷ ପୂର୍ବେ ୧୯୭୧ ଯୁଦ୍ଧରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲା। ଏହି ବିମାନବାହକ ଜାହାଜର ପରୀକ୍ଷଣ ପୂରା ହେଲେ ଏହାକୁ ଆଗାମୀ ବର୍ଷର ମଧ୍ୟଭାଗ ଆଡକୁ ନୌସେନାରେ ସାମିଲ କରାଯାଇପାରେ। ୨୩ ହଜାର କୋଟି ଟଙ୍କା ବ୍ୟୟରେ ଆଇଏନଏସ ବିକ୍ରାନ୍ତ ନିର୍ମାଣ କରାଯାଇଛି।

ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧବାଲ କହିଛନ୍ତି, ଏହା ଭାରତ ପାଇଁ ଗୌରବର ଦିନ ଯେ, ୧୯୭୧ ଯୁଦ୍ଧର ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା ପୂର୍ବ ଜାହାଜର ୫୦ ବର୍ଷ ପୂର୍ତ୍ତିର ଆଜିର ଦିନରେ ଆଇଏନଏସ ବିକ୍ରାନ୍ତର ପ୍ରଥମ ପରୀକ୍ଷଣ କରାଯାଉଛି। ଏହା ଭାରତରେ ନିର୍ମିତ ସବୁଠୁ ବଡ ଏବଂ ବିଶାଳକାୟ ଯୁଦ୍ଧଜାହାଜ ଅଟେ। ‘ଆତ୍ମ ନିର୍ଭର ଭାରତ’ ଓ ‘ମେକ୍ ଇନ ଇଣ୍ଡିଆ’ର ପ୍ରୋତ୍ସାହନରେ ନିର୍ମିତ ଏହି ଜାହାଜ ଭାରତ ପାଇଁ ଗର୍ବର ବିଷୟ ପାଲଟିଛି ବୋଲି ମୁଖପାତ୍ର କହିଛନ୍ତି।

ମୁତୟନ ହୋଇ ପାରିବେ ୩୦ ଲଢୁଆ ବିମାନ

ଏହି ବିମାନବାହକ  ଜାହାଜର ଲମ୍ବ ପ୍ରାୟ ୨୬୨ ମିଟର ଏବଂ ଚଉଡା ୬୨ ମିଟର ରହିଛି। ଏହାକୁ କୋଚିନ୍ ଶିପୟାର୍ଡ ଲିମିଟେଡ୍ ନିର୍ମାଣ କରିଛି। ଏହି ଜାହାଜରେ ୩୦ ଲଢୁଆ ବିମାନ ଓ ହେଲିକପ୍ଟର ମୁତୟନ କରାଯାଇପାରିବ। ଯୁଦ୍ଧପୋତରେ ମିଗ୍-୨୯ ଲଢୁଆ ବିମାନ ଓ କେଏ-୩୧  ହେଲିକପ୍ଟରର ଏକ ୟୁନିଟ୍ ରହିବ।

   Related Posts