ଅଲ୍‌ସର୍‌ ଓ କ୍ୟାନ୍‌ସର ଚିକିତ୍ସା ହେବ ସହଜ, ପ୍ରଥମଥର ପାଇଁ ଓଡ଼ିଶାରେ ସ୍ଥାପନ ହେଲା ଅତ୍ୟାଧୁନିକ ମେସିନ୍‌

Published By : Prameya-News7 Bureau | March 09, 2021 IST

ଭୁବନେଶ୍ୱର, ୦୯/୦୩: ଖାଦ୍ୟନଳୀରେ ଗ୍ୟାଷ୍ଟ୍ରିକ୍‌ ଜନିତ ଅଲସର୍‌ ଓ କ୍ୟାନ୍ସର ରୋଗର ଚିକିତ୍ସା ଏବେ ଓଡ଼ିଶାରେ ସହଜରେ ହୋଇପାରିବ । ଏଥିପାଇଁ ସହିଦ ନଗର ସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ଆଣ୍ଡ ଲିଭର୍ ସାଇନ୍ସେସ୍‌ରେ ଅତ୍ୟାଧୁନିକ ଏଣ୍ଡୋ ସାଇଟୋସୋପ ମେସିନ୍‌ର ସ୍ଥାପନ କରାଯାଇଥିବା ସୂଚନା ମିଳିଛି ।

ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗକୁ ଚିହ୍ନଟ କରିବା ପାଇଁ ଏଣ୍ଡୋ ସାଇଟୋସୋପ ମେସିନ୍‌ ବେଶ୍‌ ସହାୟକ ହୋଇଥାଏ । ଏହି ମେସିନ୍‌ରେ ସାଧାରଣ ଏଣ୍ଡୋସ୍କୋପି ମେସିନ୍‌ର କ୍ୟାମେରାଠାରୁ ଅଧିକ ୫୦୦ ଗୁଣା ଅଧିକ ଶକ୍ତିଶାଳୀ କ୍ୟାମେରା ଲାଗିଛି । ସମଗ୍ର ଭରତରେ ଏହା ୬ ସ୍ଥାନରେ ରହିଥିବା ବେଳେ ପ୍ରଥମ କରି ଏହା ଓଡ଼ିଶାରେ ଉପଲବ୍ଧ ହେବ ବୋଲି ବରିଷ୍ଠ ଡାକ୍ତର ଆଶୁତୋଷ ମହାପାତ୍ର ଏକ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ।

ଡାକ୍ତର ମହାପାତ୍ର ଏଥିପାଇଁ ଜାପାନର ଓସାକା କ୍ୟାନ୍ସର ସେଣ୍ଟରରୁ ଟ୍ରେନିଂ ନେଇଥିବା ବେଳେ ଓଡ଼ିଶାର ଲୋକଙ୍କୁ ଏହି ସେବା କିପରି ସୁବିଧାରେ ଯୋଗାଇଦିଆଯିବ ସେନେଇ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି । ବର୍ତ୍ତମାନର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଏବଂ ନିରାକରଣ କ୍ଷେତ୍ରରେ ଏହି ମେସିନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବିଭିନ୍ନ କାରଣରୁ ଦେଶର ୭୦ ପ୍ରତିଶତ ଲୋକ ଏହି ରୋଗର ଶିକାର ହେଉଛନ୍ତି । ମାତ୍ର ଟିକେ ଅସାବଧାନତା କାରଣରୁ ବେଳେବେଳେ ଏହି ରୋଗ ମାରାତ୍ମକ ରୂପ ଧାରଣ କରୁଛି । ତେଣୁ ଏହି ମେଶିନ୍‌ ଦ୍ୱାରା ଖାଦ୍ୟ ନଳୀ କିମ୍ୱା ପାକସ୍ଥଳୀରେ ଘା ହୋଇଥିଲେ ଏହାକୁ ଖୁବ୍ ସ୍ପଷ୍ଟ ଏବଂ ନିର୍ଭୁଲ୍‌ ଆକାରରେ ଚିହ୍ନଟ କରାଯାଇ ଏହାର ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.