Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କରୋନା ଏନ୍ତୁଡ଼ିଶାଳରୁ ଉଠିଲା ଲକ୍ ଡାଉନ୍ : ୭୬ଦିନ ପରେ ଶାନ୍ତିର ନିଶ୍ୱାସ ମାରିଲେ ଉହାନବାସୀ

8/04/2020 at 8:40 AM

ବେଜିଂ ୦୮।୦୪ : ମହାମାରୀ କରୋନାର ଏନ୍ତୁଡ଼ିଶାଳ ଉହାନରୁ ଉଠିଲା ଲକ୍  ଡାଉନ୍  । ୭୬ ଦିନର ଲକ୍  ଡାଉନ୍ ପରେ ଆଜି ଲକ୍  ଡାଉନ୍  ଉଠାଇଛନ୍ତି ଚୀନ ସରକାର । ତେବେ ଉହାନରୁ ଲକ୍ ଡାଉନ ଉଠିଛି ସତ କିନ୍ତୁ ସାଧାରଣ ଜନଜୀବନ ସେଠାରେ ସ୍ବପ୍ନ ପାଲଟିଛି । ୧୦ ସପ୍ତାହରୁ ଅଧିକ ସମୟ ଧରି ଲକ୍ ଡାଉନ ହୋଇଥିବା ଚୀନର ଇଣ୍ଡଷ୍ଟ୍ରିଆଲ ହବ୍ ୱୁହାନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବା ପରେ ଚଳିତ ବର୍ଷ ଜାନୁଆରୀ ଶେଷ ବେଳକୁ ଚୀନ ସରକାର ଉହାନକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ତେବେ ଲକ୍  ଡାଉନ୍ ସତ୍ତ୍ୱେ ମଧ୍ୟ କରୋନା ସାରା ବିଶ୍ୱକୁ ବ୍ୟାପି ସାରିଛି । ଏବଂ ବିଶ୍ବର ଦୁଇ ଶହରୁ ଅଧିକ ଦେଶର ଲୋକେ ସଂକ୍ରମଣ ହୋଇଛନ୍ତି । ତେବେ ଲକ୍  ଡାଉନ ୭୬ ଦିନ ପରେ ଉଠିଥିଲେ ମଧ୍ୟ ଉହାନର ରାସ୍ତାରେ ସେତେ ପରିମାଣରେ ଲୋକଙ୍କୁ ଦେଖିବାକୁ ମିଳିନାହିଁ ।

କେବଳ ଖାଦ୍ୟ ପଦାର୍ଥ ପାଇଁ ଲୋକେ ଘରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି। ଚୀନରେ ମୋଟ ୮୧ ହଜାର ୭୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୩୩୧ ଜଣଙ୍କ ଜୀବନ ନେଇଛି କରୋନା । ସେହିଭଳି ପ୍ରାୟ ୭୭ ହଜାର ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଗତ ୪୮ ଘଣ୍ଟାରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ସ୍ଥିତିରେ ସୁଧାର ଆସିବାରୁ ସେଠାରେ ଲକ୍  ଡାଉନ ଉଠାଇଦିଆଯାଇଥିବା ଜଣାପଡ଼ିଛି ।

   Related Posts