୫୬ ହଜାର ଶିକ୍ଷକଙ୍କୁ ମିଳିବ ପଦୋନ୍ନତି

Published By : Prameya-News7 Bureau | August 10, 2020 IST

ଭୁବନେଶ୍ବର୧୦/୮: ରାଜ୍ୟ ସରକାରଙ୍କ ​‌ବଡ଼ ନିଷ୍ପତ୍ତି​‌  ୫୬ ହଜାର ଶିକ୍ଷକଙ୍କୁ ମିଳିବ ପଦୋନ୍ନତି। ଅଗଷ୍ଟ ମାସ ଶେଷ ସୁଦ୍ଧା ଦିଆଯିବ ପଦୋନ୍ନତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ସଂପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ବହୁଦିନରୁ ଯୋଜନା ଥିଲା। ଏପରି କି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଥିଲା। କରୋନା ଯୋଗୁଁ ଏହି କାର୍ଯ୍ୟରେ ବିଲମ୍ବ ହୋଇଛି। ତଥାପି ଅଗଷ୍ଟ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବ। ନୂଆ କରି ପ୍ରିନ୍ସିପାଲ ସେକ୍ରେଟାରୀ ଯୋଗ ଦେଇଛନ୍ତି, ତାଙ୍କ ତତ୍ବବଧାନରେ ଏହି କାର୍ଯ୍ୟ କରାଯିବ ବୋଲି ସମୀର ଦାଶ କହିଛନ୍ତି।  

 ସେ ଆହୁରି ମଧ୍ୟ କହିଛନ୍ତି, ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ୧୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ରେ ପରୀକ୍ଷା ସରିବ । ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରି ପରୀକ୍ଷା । ସେପ୍ଟେମ୍ବର ୨୪ ତାରିଖରେ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବ । ଏପଟେ କରୋନା କଟକଣା ଯୋଗୁଁ ଅଗଷ୍ଟ ୩୧ ତାରିଖ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.