ଅନଲକ୍ ୫.୦: ଏହି ସହରରେ ଶେଷ ହେଲା ଲକଡାଉନ୍, ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ସବୁ ଦୋକାନ

Published By : Prameya-News7 Bureau | September 29, 2020 IST

ରାୟୁପର ୨୯/୦୯: ଛତିଶଗଡ଼ ସରକାର ରାଜଧାନୀ ରାୟପୁରକୁ ପୂରା ଅନଲକ୍ ଘୋଷଣା କରିଛନ୍ତି। ଏହି ସପ୍ତାହରୁ ଆଉ ଲକଡାଉନକୁ ବୃଦ୍ଧି କରାଯିବ ନାହିଁ। କ୍ୟାବିନେଟ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଫଇସଲା ନିଆଯାଇଛି। ଏହା ସହ ପ୍ରଶାସନ ଅନଲକ୍ ୫.୦ ସହ ଏକ ନୂଆ ଗାଇଡଲାଇନ୍ସ ପ୍ରସ୍ତୁତ କରିଛନ୍ତି। ରାୟୁପରରେ ସମସ୍ତ ଦୋକାନ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ।

ଲକଡାଉନ ଉଠିଯାଇଥିଲେ ହେଁ କିଛି କଟକଣା ପାଳନ କରିବାକୁ ହେବ ଜନସାଧାରଣଙ୍କୁ। ମାସ୍କ, ସାମାଜିକ ଦୂରତ୍ବ, ସାନିଟାଇଜର ସମେତ ସମସ୍ତ ସତର୍କତା ନିୟମକୁ ଲୋକେ କଡ଼ାକଡ଼ି ପାଳନ କରିବେ। ଏହା ସହ ସବୁ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ। ତେବେ ରେସ୍ତାରାଁ ରାତି ୧୦ଟା ପର୍ଯ୍ୟନ୍ତ ହୋମ ଡେଲିଭରି ପ୍ରଦାନ କରିପାରିବେ।

ସୂଚନାଯୋଗ୍ୟ, କରୋନା ଭାଇରସ ମାମଲା ବୃଦ୍ଧି ପାଇବାରୁ ସେପ୍ଟେମ୍ବର ୨୧ରୁ ରାୟପୁରରେ ପୁଣି ଥରେ ଲକଡାଉନ ଲାଗୁ କରାଯାଇଥିଲା। ଏବେ ଏହାର ସମୟ ଶେଷ ହେବା ସହ ​‌ଲୋକଙ୍କ ଅନୁମତି କ୍ରମେ ସେଠାରୁ ଲକଡାଉନ ଉଠାଯାଇଛି। ତେବେ ଏବେ ରାୟପୁରରେ କରୋନା ମାମଲା କମିଛି। ଏବେ ସୁଦ୍ଧା ୩୧୭୭୭ ଜଣ କରୋନାରେ ସଂକ୍ରମିତ ହୋଇନ୍ତି ଓ ୩୮୭ ଜଣ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.