ମମତାଙ୍କ ହାଇ ଭୋଲଟେଜ ପଲିଟିକାଲ ଡ଼୍ରାମା ଶେଷ ; ଧାରଣାରୁ ଓହରିଲେ ମମତା

Published By : Prameya-News7 Bureau | February 05, 2019 IST

କୋଲକାତା ୫/୨ – ପ.ବ.ର ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟର ରାୟ ପରେ ଭାଙ୍ଗିଲେ  ଧାରଣା । ଚିଟ ଫଣ୍ଡ ମାମଲାରେ ଛନ୍ଧି ହୋଇପଡ଼ିଥିବା ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁରକ୍ଷା ଦେବାକୁ ଯାଇ ତିନିଦିନ ହେଲା ଧାରଣାରେ ବସିଥିଲେ ମମତା । ଦେଶ ବଂଚାଅ ଟ୍ୟାଗ ଲାଇନ ନେଇ ଚଳାଇଥିବା ଏହି ଧର୍ମଘଟର ଆଜି ପଡ଼ିଛି ପୂର୍ଣ୍ଣଚ୍ଚେଦ ।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦିଦିଙ୍କ ଧାରଣା ଭାଙ୍ଗିଛନ୍ତି ।

{"id":82231}

ଗତ ରବିବାର ସିବିଆଇ କୋଲକାତା ପୋଲିସ କମିଶନରଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଆରମ୍ଭ ହୋଇଥିଲା ଏହି ଡ଼୍ରାମା । ୫ଜଣ ସିବିଆଇ ଅଫିସରଙ୍କୁ କୋଲକାତା ପୋଲିସ ଅଟକ ରଖିଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ହଇଚଇ ।  ସେହିଦିନ ରାତିରେ ସିବିଆଇ ଅଫିସରଙ୍କୁ କୋଲକାତା ପୋଲିସ ଛାଡ଼ି ଦେଇଥିଲେ ବି ସରି ନ ଥିଲା ଡ଼୍ରାମା ।

ମମତା ଦେଶ ବଂଚାଅ ନାଁରେ କରିଥିଲେ ଅନଶନ । ମୋଦୀଙ୍କୁ ଟାର୍ଗେଟ କରି ଗଣତନ୍ତ୍ର ବଂଚାଅ ବୋଲି ମୋଦି ବିରୋଧୀଙ୍କୁ କରିଥିଲେ ଆହ୍ଵାନ । ଏହି ଆନ୍ଦୋଳନରେ ଆରଜେଡ଼ିର ନେତା ତେଜେଶ୍ଵର ଯାଦବ ଓ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଯୋଗଦେଇଥିଲେ ।

ସାରାଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମମତା ଅବମାନନା କରୁଛନ୍ତି ବୋଲି ଗୋଟେ ପଟେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ମମତା ଦେଶ ବଂଚାଅ ପାଇଁ ଆନ୍ଦୋଳନ କରିଥିଲେ ।

ସୂଚନାଯୋଗ୍ୟ ଶାରଦା ଓ ରୋଜ ଭ୍ୟାଲି ଚିଟ ଫଣ୍ଡ ମାମଲାର ତଦନ୍ତ ଭାର ନେଇଥିବା ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ତଦନ୍ତର ଅନିୟମିତତା ଅଭିଯୋଗ ଆସିଥିଲା । ଏହି ମାମଲାରେ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଆସିଥିବା ବେଳେ ଆରମ୍ଭ ହୋଇଥିଲା ଏହି ପଲଟିକାଲ ଡ଼୍ରାମା ।

ସୁପ୍ରମକୋର୍ଟ ରାଜୀବ କୁମାରଙ୍କୁ ଅନ୍ତରୀଣ ସୁରକ୍ଷା ଦେବା କଥା କହିବା ପରେ ମମତା ଧାରଣାରୁ ଉଠିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.