Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଲକଡାଉନ୍ ଜନିତ ମାନସିକ ଚାପରୁ ବର୍ତ୍ତିବାର ସବୁଠୁ ସହଜ ଉପାୟ : ଘରେ ରହି ତିଆରି କରନ୍ତୁ ୧ ମିନିଟ୍‌ର ଫିଲ୍ମ

17/04/2020 at 6:52 PM

ମୁମ୍ବାଇ ୧୭/୪: ଏକତା କପୁର,ନିତେଶ ତିଓ୍ବାରୀ,ଆନନ୍ଦ ଏଲ୍ ରାୟ,ସାଜିଦ ନାଦିଆଦଓ୍ବାଲା,ଦିନେଶ ବିଜାନ୍ ଏବଂ ମହାବୀର ଜୈନ ସହିତ ଅନେକ ଜଣାଶୁଣା ନିର୍ଦେଶକ ଏବଂ ନିର୍ମାତା ହ୍ୟାଶଟ୍ୟାଗ୍ ଇଣ୍ଡିଆ ଲେଟସ୍ ମେକ ଏ ଫିଲ୍ମ ଅଭିଯାନ ଦ୍ବାରା ଲୋକଙ୍କୁ ପ୍ରେରିତ କରିବା ପାଇଁ ଏକଜୁଟ ହୋଇଛନ୍ତି। ଏହି ଅଭିଯାନକୁ ଆଖି ଆଗରେ ରଖି କୋଭିଡ-୧୯ ଲକଡାଉନ୍ ସମୟରେ ନିଜ ମୋବାଇଲ୍ ଫୋନରେ ଏକ ମିନିଟର ଫିଲ୍ମ କରିବାକୁ ପଡ଼ିବ। ଏହା ସବୁ ଦେଶର ଲୋକଙ୍କ ପାଇଁ,ଏଥିରେ ପ୍ରବେଶ କରିବା ପାଇଁ ଲୋକଙ୍କୁ ଏକ ମିନିଟର ଅବଧିର ମୋବାଇଲ୍ ଭିଡିଓ କରିବାକୁ ପଡ଼ିବ।

ଏଥିରେ ଭାଗ ନେବା ପାଇଁ ଏହି ସବୁ ବିଷୟରେ ଫିଲ୍ମ କରିବାକୁ ପଡ଼ିବ। ଏଗୁଡ଼ିକ ହେଲା,କ୍ବାରେଣ୍ଟାଇନର ଉତ୍ତମ ପକ୍ଷ,‘ଆମେ ହେବୁ ସଫଳ,ଲକଡାଉନର ଅନନ୍ୟ କାହାଣୀ,ଚାଲ ସୁରକ୍ଷା ମାନଦଣ୍ଡର ପାଳନ କରିବା,ଲକଡାଉନରେ ସାହାଯ୍ୟ,ଦେଖାଶୁଣା ଏବଂ ଚିନ୍ତା,ଧନ୍ୟବାଦ ଆମ ଫ୍ରଣ୍ଟଲାଇନ୍ ହୀରୋ। ଏହି ଅଭିଯାନର ସୂଚନା ଦେଇ ଫିଲ୍ମ ନିର୍ମାତା କରଣ ଜୋହର ଏହାର ସଦସ୍ୟଙ୍କୁ ପ୍ରଶଂସା କରିଥିଲେ।

ସେ ଟ୍ବିଟ୍ କରିଥିଲେ,ତାଙ୍କ ବନ୍ଧୁଙ୍କ ଦ୍ବାରା ଏହି ସୁନ୍ଦର ଅଭିଯାନକୁ ପ୍ରସ୍ତୁତ ଦେଖି ତାଙ୍କୁ ଖୁସି ଲାଗୁଛି ଯାହା ନାଁ ହ୍ୟାଶଟ୍ୟାଗ୍ ଇଣ୍ଡିଆ ଲେଟସ୍ ମେକ ଏ ଫିଲ୍ମ। ନିଜ ଘରେ ଫୋନରେ ୧ ମିନିଟର ପ୍ରେରଣାତ୍ମକ ଫିଲ୍ମ କରନ୍ତୁ।ଖାସ୍ କଥା ହେଉଛି ଏହା ଯେ ଘରେ ପ୍ରସ୍ତୁତ ଏହି ଫିଲ୍ମ ଭାରତର ଉତ୍ସାହକୁ ପ୍ରୋତ୍ସାହିତ କରିବ। ଏହାର ସମୟସୀମା ଅପ୍ରେଲ୍ ୨୧। ବିଜୟ ହାସଲ କରିଥିବା ଫିଲ୍ମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ କରାଯିବ।

   Related Posts