Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନାଲକୁ ବି ଜବରଦଖଲ କରି ଚାଷ କରୁଛନ୍ତି ମୁଷ୍ଟିମେୟ, ହଇରାଣ ହେଉଛନ୍ତି ଶହ ଶହ ଚାଷୀ, ନୀରବଦ୍ରଷ୍ଟା ସାଜିଛି ବିଭାଗ…

13/09/2019 at 6:03 PM

ବ୍ରହ୍ମପୁର୧୩|୯: ଗତକାଲି ଆମେ ରିପୋର୍ଟ କରିଥିଲୁ ଗଞ୍ଜାମ ଜିଲାରେ କେମିତି କିଛି ନକଲି ଚାଷୀ ନାଳ, ପାହାଡ଼, ପର୍ବତ କିଶମ ଜମିକୁ ଚାଷ ଜମି ଦର୍ଶାଇ ଚାଷୀଙ୍କ ପାଇଁ ହୋଇଥିବା ସରକାରୀ ଯୋଜନାକୁ ହରିଲୁଟ୍‌ କରୁଛନ୍ତି । ଆଜିର ରିପୋର୍ଟ ହେଉଛି  କିଛି ଲୋକ କେନାଲ ଉପରେ ଚାଷ କରି କେନାଲକୁ ଅବରୋଧ କରିଛନ୍ତି । ଯାହା ଫଳରେ ନାନା ହିନସ୍ତା ଭୋଗୁଛନ୍ତି ପାଖରେ ଜମି ଥିବା ଚାଷୀ । ବାରମ୍ବାର ଗୁହାରି ପରେ ବି ବିଭାଗୀୟ ଅଧିକାରୀ ନୀରବ ବସିବା ଘଟଣା ସାଧାଣରେ ସଂଦେହ ସୃଷ୍ଟି କରିଛି । ….

କେନାଲ ପାଲଟିଛି ଚାଷ ଜମିଚାଷୀଙ୍କ ଜମିକୁ ପାଣି ଯୋଗାଇବାକୁ କ୍ଷୁଦ୍ର ଜଳସେଚନ ବିଭାଗ ଯେଉଁ କେନାଲ ଖୋଳିଛି, ତାକୁ ଅବରୋଧ କରି ଚାଷ କରିଛନ୍ତି କିଛି ଲୋକ । ଧାନ ରୁଆ ହୋଇଛି । ବିଭିନ୍ନ ପନି ପରିବା ଚାଷ ବି ହୋଇଛି । କେନାଲ ଅବରୋଧ ଫଳରେ କେତେବେଳେ ବର୍ଷା ପାଣି ନିସ୍କାସନ ହୋଇନପାରି ଅନ୍ୟ ଜମି ଜଳାର୍ଣ୍ଣାବ ହେଉଛି ତ କେତେବେଳେ କେନାଲରେ ପାଣି ଆସି ପାରୁନଥିବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି କରୁଛି

ଏମିତିରେ କେନାଲ ଆଖପାଖରେ ଥିବା ଜମିର ଚାଷୀମାନେ ବାରମ୍ବାର କ୍ଷତିରେ ପଡ଼ୁଛନ୍ତି । ଗଞ୍ଜାମ ଜିଲ୍ଲାର ପାଟପୁର, ପଳାସପୁର, ରାଧାଦେଇପୁର, ଓସ୍ତା, ସାହସପୁର, ପିମ୍ପିଲିଗୁଡ଼ା, ନରସିଂହଗଡ଼, ଢ଼େପାଗୁଡ଼ା, ଜିଉରା, ସାମନ୍ତରାପୁର ଅଂଚଳରେ ଚାଷୀ ଏଭଳି ସମସ୍ୟାର ସାମ୍ନା କରୁଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ପରେ ବି ଚୁପ୍‌ ବସିଛନ୍ତି ବିଭାଗୀୟ ଅଧିକାରୀ

ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ନମ୍ବର-୧ ଅଧୀନରେ ଥିବା କେନାଲର ଏଭଳି ଦୂରାବସ୍ଥା । ଏହାର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି । ହେଲେ ବାସ୍ତବ ସ୍ଥିତି କିନ୍ତୁ ପୂରା ଅଲଗା । ସେପଟେ ବର୍ଷ ବର୍ଷ ଧରି ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏପଟେ କେନାଲ ପୁନରୁଦ୍ଧାର ଆଳରେ ସରକାରୀ ତହବିଲକୁ ଲୁଟୁଛନ୍ତି ଅଧିକାରୀ

   Related Posts