ଖୋର୍ଦ୍ଧା ସାରୁଅରେ ଓଟିଭି ଜମି କେଳେଙ୍କାରୀ ମାମଲା : ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ, ଭଙ୍ଗାଗଲା ଓଟିଭି ଷ୍ଟୁଡିଓ ପାଚେରୀ

Published By : Prameya-News7 Bureau | October 15, 2020 IST

ଖୋର୍ଦ୍ଧା ୧୫।୧୦: ଖୋର୍ଦ୍ଧା ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜବରଦଖଲ ଜମିରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସାରୁଅରେ ପାଚେରୀ ଭଙ୍ଗା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି । ଜେସିବି ମାଧ୍ୟମରେ ଚାଲିଛି ଜବରଦଖଲ ଉଚ୍ଛେଦ । ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

{"id":344610,"sizeSlug":"large"}

ଅନ୍ୟପଟେ ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜମି କେଳେଙ୍କାରୀର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଦଳିତ ଚାଷୀଙ୍କଠାରୁ ଚଞ୍ଚକତା କରି ଜମି କିଣିଛି ଓଟିଭି ସହ ସମ୍ପୃକ୍ତ ଓଡ଼ିଶା ଇନଫ୍ରାଟେକ୍‌ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଓଡ଼ିଶା ଭୂସତ୍ବ ଅଧିକାର ଆଇନର ଖୋଲା ଉଲଂଘନ କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛି ରାଜସ୍ବ ବିଭାଗ ।

{"id":344611,"sizeSlug":"large"}

ଜମି ଡିଲ୍‌ ପଛରେ ହୋଇଥିଲା ସାଂଘାତିକ ଖେଳ । ଓଟିଭି କର୍ତ୍ତୃପକ୍ଷ ଜଗୀ ମଙ୍ଗତ ପଣ୍ଡାଙ୍କ ମୁଖା ଖୋଲିଛନ୍ତି ରବୀନ୍ଦ୍ର ସେଠୀ ।  ଓଟିଭିର ସିଷ୍ଟର କନ୍‌ସର୍ନ କମ୍ପାନୀ ଓରଟେଲର ଜଣେ କର୍ମଚାରୀ ରବୀନ୍ଦ୍ର ସେଠୀଙ୍କ ନାଁରେ ସାରୁଅରେ ଦଳିତ ଚାଷୀଙ୍କଠାରୁ ୭ ଏକର ଚାଷ ଜମିକୁ କିଣିଥିଲା ଓଟିଭି ସହ ସମ୍ପୃକ୍ତ ଓଡ଼ିଶା ଇନଫ୍ରାଟେକ୍‌ ସଂସ୍ଥା । ମାତ୍ର ୧୨ହଜାର ଟଙ୍କା ଦରମାରେ  ଓରଟେଲରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ସେଠୀ, କିଭଳି ଏତେ ପରିମାଣର ଜମି କିଣିଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ । ରବୀନ୍ଦ୍ରଙ୍କ ପଚରାଉଚରା ବେଳେ ଓରଟେଲ୍‌ ଅଧିକାରୀଙ୍କ ଚାପରେ ସେ ଚାକିରୀ ବଞ୍ଚାଇବାକୁ କାଗଜପତ୍ରରେ ଦସ୍ତଖତ କରିଥିବା କହିଛନ୍ତି ।

{"id":344612,"sizeSlug":"large"}

ଯେହେତୁ ଜମି ବିକିଥିବା ହାଲୁରୀ ପାହାଡ଼ ସିଂ ଜଣେ ଅନୁସୂଚିତ ଜାତିର ଚାଷୀ, ତେଣୁ ତାଙ୍କଠାରୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ ସିଧାସଳଖ ଜମି ନକିଣି ରବୀନ୍ଦ୍ର ସେଠୀଙ୍କ ମାଧ୍ୟମରେ କିଣିଥିଲା । ଆଉ ତାଙ୍କ ନାଁରେ କିଣାଯାଇଥିଲା ଏକର ଏକର ଚାଷ ଜମି । ସେହିଭଳି ଜମି କିଣିବାକୁ ବେନାମୀ କାରବାର ମଧ୍ୟ ହୋଇଥିବା ଜଣାପଡ଼ିଛି ।

{"id":344636,"sizeSlug":"large"}

ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଏଭଳି ଠକେଇ କରାଯାଇଛି । ଏହା ଦ୍ବାରା ଓଡ଼ିଶା ଭୂସତ୍ବ ଅଧିକାର ଆଇନ୍ ଉଲଂଘନ କରାଯାଇଥିବା ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ସାରୁଅରେ ଗରିବ ଚାଷୀଙ୍କ ଠାରୁ ଜମି କିଣାବିକାରେ  ଓଟିଭି କର୍ତ୍ତୃପକ୍ଷ ବ୍ୟାପକ ଅନିୟମିତତା କରିଥିବା ଜଣାପଡ଼ିବା ପରେ ଏହାର ତଦନ୍ତ ଦାୟିତ୍ବ ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.