ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
27/09/2018 at 2:28 PM

ଜମ୍ମୁକାଶ୍ମୀର ୨୭|୯: ଆଜି ଜମ୍ମୁ କାଶ୍ମୀରରେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗରର ଉପନଗରୀ ନୂରବାଗ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଲିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟଜଣେ ଖସି ପଳାଇଯାଇଥିଲା । ସେହିପରି ଅନନ୍ତନାଗ ଜିଲ୍ଲା ଦୂରୁଶାହାବାଦ ଠାରେ ମଧ୍ୟ ଗୁଳିବିନିୟମ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ବଡଗାମ୍ ଜିଲ୍ଲା ଅନ୍ତର୍ଗତ ଚଦୂରା ସହର ପାନଜାନ ଅଞ୍ଚଳରେ ମଧ୍ୟ ଗୁଳିବିନିମୟ ଚାଲିଛି । ଗାଁରେ ଲୁଚିଥିବା ଆତଙ୍କବାଦୀମାନଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ଇଣ୍ଟର୍ନେଟ ସେବାକୁ ବନ୍ଦ କରିଦିଆଯାଇଛି ।