ଜାମ୍ମୁ ଓ କଶ୍ମୀରର ସୋପିୟାନରେ ଏନକାଉଣ୍ଟର…
9/03/2020 at 10:06 PM

ଜାମ୍ମୁ-କାଶ୍ମୀର୯/୩: ଜାମ୍ମୁ ଓ କଶ୍ମୀରର ସୋପିୟାନରେ ଏନକାଉଣ୍ଟର। ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଜଣେ ନିହତ ଆତଙ୍କୀର ଶବ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ନିହତ ଆତଙ୍କୀର ପରିଚୟ ମିଳିନାହିଁ। ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଚାଲୁ ରହିଛି। ସୋମବାର ସକାଳୁ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ରହିଥିବା ବିଏସ୍ ଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହା ପରେ ସେନା ପକ୍ଷରୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।