Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଜାମ୍ମୁ କାଶ୍ମୀର ପୁଲୱାମାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ନଜରବନ୍ଦୀ ୪ ଆତଙ୍କୀ

2/07/2021 at 8:03 AM

ଶ୍ରୀନଗର ୨/୭ : ଜାମ୍ମୁ କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । କାଶ୍ମୀର ଜୋନ୍ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ପ୍ରଥମେ ଜାଣିବାକୁ ପାଇଥିଲେ ଯେ ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଏଥିପାଇଁ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।

ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଉପରେ ପ୍ରଥମେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ପ୍ରବଳ ଗୁଳିଚାଳନା କରିଥିଲେ । ଏବେ ବି ମଧ୍ୟ ସେଠାରେ ଏନକାଉଣ୍ଟର ଜାରି ରହିଛି । ତେବେ ୪ ଜଣ ଆତଙ୍କବାଦୀଙ୍କୁ ନଜର ବନ୍ଦୀ କରି ରଖିଛନ୍ତି ଭାରତୀୟ ସେନା । ଏହି ଏନକାଉଣ୍ଟରରେ ସେନା, ପୁଲୱାମା ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀ ଜଡିତ ଅଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

   Related Posts