Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପୁଲୱାମାରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ: ଜଣେ ଯବାନ ସହିଦ, ଜଣ ଆତଙ୍କୀ ନିହତ

2/07/2021 at 8:42 AM

ଶ୍ରୀନଗର ୨/୭ : ଜାମ୍ମୁ କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଏନକାଉଣ୍ଟର । ତେବେ ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହେବା ସହ ଜଣେ ଆତଙ୍କବାଦୀ ବି ନିହତ ହୋଇଛି । ଏହାପୂର୍ବରୁ କାଶ୍ମୀର ଜୋନ୍ ପୋଲିସ କହିଛି ଯେ ପୁଲୱାମାର ହାଜିନ୍ ରାଜପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ଇନପୁଟ୍ ପାଇଥିଲେ ଯେ ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଅଛନ୍ତି, ଯାହା ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସୂଚନାନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ସନ୍ଦିଗ୍ଧ ଲୁଚି ରହିଥିବା ସ୍ଥାନରେ ପହଞ୍ଚିବା ମାତ୍ରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ସୁରକ୍ଷା ବାହିନୀ ଆଗକୁ ଯାଇ ପ୍ରବଳ ଗୁଳି ଚଳାଇଥିଲେ।

   Related Posts