ସୋପାର ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ଲୁଚିଛନ୍ତି ୪ରୁ୫ ଆତଙ୍କ !

Published By : Prameya-News7 Bureau | April 08, 2020 IST

ଶ୍ରୀନଗର ୦୮।୦୪:  ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଜାମ୍ମୁ-କାଶ୍ମୀର ବାରାମୁଲ୍ଲା ଜିଲ୍ଲାର ସୋପାରରେ ଏନ୍‌କାଉଣ୍ଟର ଜାରି ରହିଛି । ତେବେ ଜାମ୍ମୁ-କାଶ୍ମୀର ପୋଲିସ , ସିଆର୍‌ପିଏଫ୍‌  ଓ ଭାରତୀୟ ସେନା ଏହି ଅପରେସନରେ ନିୟୋଜିତ ଅଛନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

wp:core-embed/twitter {"url":"https://twitter.com/ANI/status/1247774555680026624","type":"rich","providerNameSlug":"twitter","className":""}
https://twitter.com/ANI/status/1247774555680026624
/wp:core-embed/twitter

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କିଛି ଆତଙ୍କବାଦୀ ସୋପାର ଅଞ୍ଚଳରେ ଲୁଚିରହିଥିବାର ପୋଲିସ ଓ ସେନା ବାହିନୀଙ୍କୁ ସୂଚନା ମିଳିଥିଲା । ତେବେ ସୂଚନା ମିଳିବା ମାତ୍ର ସେନା ଓ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରିଯାଇଥିଲା । ଏବଂ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିଥିବାର ଦେଖି ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ସେନା ମଧ୍ୟ ଏହାର କଡା ଜବାବ ଦେଇଥିଲା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏନ୍‌କାଉଣ୍ଟର ଚାଲିଥିବା ଅଞ୍ଚଳରେ ୪-୫ଜଣ ଆତଙ୍କବାଦୀ ଲୁଚିରହିଥିବା ଅନୁମାନ କରାଯାଉଛି । ଏକ ଘର ଭିତରେ ସମସ୍ତ ଆତଙ୍କବାଦୀ ଲୁଚି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.