ଶ୍ରୀନଗର : ସୋପୋରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ, ୨ ଆତଙ୍କୀ ନିହତ

Published By : Prameya-News7 Bureau | May 04, 2021 IST

ଶ୍ରୀନଗର ୦୪/୦୫ : ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । କାମ୍ମୁ-କାଶ୍ମୀର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସୋପୋର ଅଞ୍ଚଳର ନାଥୀପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍‌ ।

wp:embed {"url":"https://twitter.com/KashmirPolice/status/1389588787248832517","type":"rich","providerNameSlug":"twitter","responsive":true,"className":""}
https://twitter.com/KashmirPolice/status/1389588787248832517
/wp:embed

ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଜବାବରେ ସୁରକ୍ଷାବଳ ପାଲଟା ଗୁଳିମାଡ କରିଥିଲେ ଯେଉଁଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ପୂର୍ବରୁ କାଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାର କହିଛନ୍ତି, ୨ଜଣ କାଉନସିଲର ଏବଂ ଜଣେ ପୋଲିସ କର୍ମୀଙ୍କୁ ହତ୍ୟାରେ ସାମିଲ ଥିବା ଜଣେ ଆତଙ୍କବାଦୀକୁ ଘେରାଉ କରାଯାଇଛି । ତେବେ ନିହତ ହୋଇଥିବା ଆତଙ୍କବାଦୀ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.