ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଏନ୍‌କାଉଣ୍ଟର, ଡକାୟତି ଉଦ୍ୟମ ବେଳେ ଗୁଳିକଲା ପୋଲିସ

Published By : Prameya-News7 Bureau | November 13, 2021 IST

ଭଦ୍ରକ ୧୩/୧୧ : ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୁଣି ଏନ୍‌କାଉଣ୍ଟର । ଭ୍ରଦକ ଗ୍ରାମାଞ୍ଚଳ ଥାନା ଚଢେୟାରେ ପୋଲିସ ଏନ୍‌କାଉଣ୍ଟର କରିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ବାପିକୁ ଏନ୍‌କାଉଣ୍ଟର କରିଥିଲା ପୋଲିସ । ବାପିର ଉଭୟ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାପି ପାଣିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରିଛି ପୋଲିସ । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଠାରେ ଡକାୟତି ଉଦ୍ୟମ ବେଳେ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଗୁଳି କରିଛି । ବାପି ପାଣିର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଅନ୍ୟ ଜଣେ ଅପରାଧୀକୁ ପୋଲିସ କବ୍‌ଜା କରିନେଇଥିବା ସୂଚନା ମିଳିଛି । ବାପି ସହ ଗୁଳିବିନିମୟ ବେଳେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.