ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାର ଏନକାଉଣ୍ଟର: ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | January 22, 2022 IST

ଶ୍ରୀନଗର ୨୨/୦୧ : ଜାମ୍ମୁ କାଶ୍ମୀରର ଶୋପିଆନ୍‌ରେ ଭାରତୀୟ ସେନାକୁ ବଡ ଧରଣର ସଫଳତା ମିଳିଛି । ଶୋପିଆନ୍‌ର କିଲବଲ ଅଞ୍ଚଳରେ ଜଣେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ଭାରତୀୟ ସେନା । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଶୋପିଆନ୍‌ ଜିଲ୍ଲାର କିଲବଲ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁପ୍ତ ସୂଚନା ପାଇଥିଲା ଭାରତୀୟ ସେନା । ଏହା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା । ଲୁଚି ରହିଥିବା ଆତଙ୍କୀ ପ୍ରଥମେ ସେନା ଉପରକୁ ଗଳିମାଡ କରିଥିଲେ । ଭାରତୀୟ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା । ତେବେ ଉଭୟ ପକ୍ଷରୁ ଗୁଳିମାଡ ବେଳେ ଜଣେ ଆତଙ୍କୀ ନିପାତ ହୋଇଛି ।

ପୂର୍ବରୁ ଜାମ୍ମୁ କାଶ୍ମୀରର ବଡଗାମ୍‌ ଅଞ୍ଚଳରେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀକୁ ଗତ ଗୁରୁବାର ଦିନ ଗିରଫ କରାଯାଇଥିଲା । ତା ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଜବତ କରାଯାଇଥିଲା । ଆଗକୁ ଗଣତନ୍ତ୍ର ଦିବସ ଆସୁଥିବାରୁ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋର୍ ଗ୍ରୁପ୍‌କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ କରାଯାଇଥିଲା । ୨୦୨୨ରେ ଆତଙ୍କବାଦୀ ନିପାତ ଅଭିଯାନକୁ ଆହୁରି ଶାଣିତ କରିବା ପାଇଁ ଭାରତୀୟ ସେନା ରଣନୀତି ପ୍ରସ୍ତୁତ କରିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.