କାଶ୍ମୀର କୁପୱାଡାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି: ୨ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | March 01, 2019 IST

କାଶ୍ମୀର ୧/୩ : ଉତ୍ତର କାଶ୍ମୀର କୁପୱାଡା ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ସୁରକ୍ଷାକର୍ମୀ ଶୁକ୍ରବାର ଭୋର ସମୟରେ ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି | ଏନେଇ ଅଧିକାରୀ ଏବେ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି | ଏବେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି | ଗୁଳି ବିନିମୟରେ ୨ ଯବାନ ସହିଦ ହୋଇଥିବା ଜଣାପଡିଛି | ସିଆରପିଏଫର ୯୨ ବାଟାଲିଅନର ଇନ୍ସପେକ୍ଟର ପିଣ୍ଟୁ ସିଂ ଏବଂ ଜାମ୍ମୁ କାଶ୍ମୀର କନେଷ୍ଟବଳ ନସୀର ସହିଦ ହୋଇଛନ୍ତି | ୨୨ ରାଷ୍ଟ୍ରୀୟ ରାଇଫଲସ, ୯୨ ବାଟାଲିଅନ ସିଆରପିଏଫ ତଥା ଏସଓଜି ଯବାନ ପୁରା ଅଂଚଳକୁ ଘେରି ରହିଛନ୍ତି | ବୁଧବାର ସକାଳେ ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଦୁଇ ଜୈସ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ | ଏମାନଙ୍କ ଠାରୁ ଅସ୍ତ୍ର, ବନ୍ଧୁକ ଏବଂ ଗୋଳାବାରୁଦ ଜବତ କରାଯାଇଥିଲା |

{"id":89778,"width":568,"height":313}


କାଶ୍ମୀର ଉରୀ ଅଂଚଳରେ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନା ଗୁଳି ଚଳାଇବା ଆରମ୍ଭ କରିଥିଲା | ଏଥିରେ ଆଜି ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି |

{"id":89779}


ଗତକାଲି ରାତି ସାରା ପାକିସ୍ତାନୀ କିଛି ସମୟ ବ୍ୟବଧାନରେ ଗୁଳି ଚଳାଉଥିଲା | ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.