Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନଗରୋଟାରେ ଏନକାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜୋରଦାର

31/01/2020 at 9:52 AM

ଶ୍ରୀନଗର ୩୧।୦୧: ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନଗରୋଟାରେ ସିଆରପିଏଫ୍ ପୋଷ୍ଟ ନିକଟରେ ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କୀ ସଫା । ଏହି ଇଲାକାରେ ଆଉ କିଛି ସନ୍ଦିଗ୍ଧ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଚାଲିଛି । କାଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ଆତଙ୍କୀମାନେ ଆସିଥିଲେ । ଆତଙ୍କୀମାନେ ଟ୍ରକରେ ଲୁଚି ଘାଟି ଭିତରକୁ ପ୍ରବେଶ କରିବାର ଯୋଜନା କରିଥିଲେ। ତେବେ ଟୋଲ ପ୍ଲାଜା ପାଖରେ ଟ୍ରକକୁ ଅଟକାଯିବା ପରେ ଆତଙ୍କୀମାନେ ପୋଲିସ ଉପରକୁ ଗୁଳି ମାଡ କରିଥିଲେ ।

ଏଥିରେ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି । ଜବାବରେ ସୁରକ୍ଷାବାହିନୀ ଗୁଳି ଚଳାଇଥିଲା । ପୋଲିସ ଏନକାଉଣ୍ଟରରେ ୩ ଆତଙ୍କୀ ଟଳି ପଡିଥିବା ସୂଚନା ମିଳିଛି । ତେବେ ଆହୁରି ୪ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ପୂରା ଇଲାକାକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରହିଛି । ଜାତୀୟରାଜପଥରେ ଟ୍ରାଫିକ ବନ୍ଦ କରି ଦିଆଯାଇଛି । ସେପଟେ ବନ୍ନ ଟୋଲ ପ୍ଲାଜା ନିକଟରେ ୨ଟି ବିସ୍ଫୋରଣର ସୂଚନା ମିଳିଛି ।

   Related Posts