କଟକରେ ପୁଣି ଏନକାଉଣ୍ଟର

Published By : Prameya-News7 Bureau | May 21, 2018 IST

ସଦର ଥାନା ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ । କାବୁଆର ବାମ ଗୋଡରେ ଗୁଳି ବାଜିଛି । ଏସ୍ ସିବିରେ ଚାଲିଛି ଚିକିତ୍ସା । କଟକ ସଦର ଥାନା କୁରୁଣ୍ଟିରେ ପୋଲିସ ଭ୍ୟାନ ଉପରକୁ ବୋମାମାଡ ଘଟଣାରେ କାବୁଆ ମୁଖ୍ୟ କାର୍ପଟଦାର । କଟକ ସଦର ଥାନା ଅଞ୍ଚଳରେ କାବୁଆ ଥିବା ଖବର ପାଇ ସ୍ବତନ୍ତ୍ର ସ୍ବାର୍ଡ ଚଢାଉ କରିଥିଲା । ଚଢାଉ ବେଳେ କାବୁଆ ପ୍ରଥମେ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲା । ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ କାବୁଆ ଆହତ ହୋଇଛି । ତାଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗତ ଶୁକ୍ରବାର ରାତିରେ ଦାଦାବଟି ପାଇଁ କୁରୁଣ୍ଡି ଗାଁର ଜଣେ ଠିକାଦାରଙ୍କ ଘର ଉପରକୁ କାବୁଆ ଓ ତାର ସହଯୋଗୀ ବୋମାମାଡ କରିଥିଲେ । ଘଟଣାସ୍ଥଳରେ ପିସିଆର ପହଞ୍ଚିଥିଲା । କାବୁଆ ପିସିଆର ଭ୍ୟାନ ଉପରକୁ ବୋମାମଡ କରି ଫେରାର ହୋଇଯାଇଥିଲା । ରବିବାର ପୋଲିସ କାବୁଆକୁ ଠାବ କରି ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ସେ ଗୁଳି ଚଳାଇଥିଲା । ୧୦ ମାସରେ କଟକ ପୋଲିସର ଏହା ୧୪ତମ ଏନକାଉଣ୍ଟର । ଏହା ପୂର୍ବରୁ ଗତ ଏପ୍ରିଲ ୫ରେ ପୋଲିସ ଗୁଳିରେ ଟିଟୋର ସହଯୋଗୀ ସେକ୍ କାଲା ବାବୁ ଓ ଡେଙ୍ଗା ଓରଫ ଅଲେଖ ରାଉରତରାୟ ପୋଲିସ ଗୁଳିର ଶିକାର ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.