ମାଲକାନଗିରି ସୀମାନ୍ତ ସୁକମାରେ ଏନକାଉଣ୍ଟର, ୨ ଟପ୍ ମାଓ କ୍ୟାଡର ନିହତ

Published By : Prameya-News7 Bureau | May 23, 2020 IST

ମାଲକାନଗିରି, ୨୩|୦୫:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛଡିଶଗଡର ସୁକମାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଟପ୍ କ୍ୟାଡର ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବନ୍ଧୁକ ସହ ବ୍ୟାପକ ପରିମାଣରେ ଗୁଳିଗୋଳା ଜବତ ହୋଇଛି ।

ସୂଚନାନୁସାରେ, ସୁକମା ଜିଲ୍ଲା ଗାଦିରସ ନିକଟବର୍ତ୍ତୀ ମାଙ୍ଗପାଲ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଯବାନ ଓ ପୋଲିସ ବାହିନୀ ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ । ସେହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଗୁଳି ବିନିମୟ ହୋଇଥିଲା । ତେବେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ଯବାନମାନେ ମାଓକ୍ୟାମ୍ପ ଅଭିମୁଖେ ଯାଇଥିଲେ । ସେଠାରେ ୨ଜଣ ମାଓ କ୍ୟାଡରଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।ସେମାନେ ହେଲେ ଛତିଶଗଡ ଡିଭିଜନର ଆୟୁତ ଓ ଗୁନମନ ଡିଭିଜନର ବିନୋଦ ।

ଯବାନମାନେ ମାଓକ୍ୟାମ୍ପରୁ ବିପୁଳ ବିସ୍ଫୋରକ, ବନ୍ଧୁକ ଓ ଗୁଳିଗୋଳା ଆଦି ଜବତ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.