Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବଡ଼ଗାମରେ ଗୁଳି ବିନିମୟ : ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରିଲେ ସୁରକ୍ଷାକର୍ମୀ

11/06/2020 at 10:24 AM

ଜାମ୍ମୁ ୧୧/୬: ଜାମ୍ମୁ-କାଶ୍ମୀରର ବଡ଼ଗାମରେ ଗୁରୁବାର ସକାଳୁ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଜି ସକାଳେ ପଠାନପୋରାରେ ସର୍ଚ୍ଚ ଅପରେସନ୍ ଚଲାଇଥିଲେ,ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। ଉଭୟ ଆଡ଼ୁ ଏବେବି ଗୁଳି ବିନିମୟ ଜାରି ରହିଛି। ଏହା ପୂର୍ବରୁ ବୁଧବାର ଜାମ୍ମୁ କାଶ୍ମୀରର ସୋପିୟାନ୍ ଜିଲ୍ଲାରେ ସୁରକ୍ଷାକର୍ମୀ ଗୁଳିମାଡ଼ରେ ୫ଆତଙ୍କବାଦୀଙ୍କୁ ମାରିଥିଲେ। ଏହା ସହିତ ଗତ ୪ଦିନରେ ୧୪ଆତଙ୍କବାଦୀ ନିହତ ହୋଇଛନ୍ତି।

ଦକ୍ଷିଣ କାଶ୍ମୀରରେ ସୋପିୟାନର ସୁଗୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ସଠିକ୍ ସୂଚନା ମିଳିବା ପରେ ସକାଳେ ଏଠାରେ ଘେରାଉ କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ ଚଲାଯାଇଥିଲା। ସୋପିୟାନରେ ୪ଦିନରେ ଏହା ସବୁଠୁ ବଡ଼ ଧରଣର ଗୁଳି ବିନିମୟ ଥିଲା।  ସୋପିୟାନରେ ୪ଦିନ ମଧ୍ୟରେ ଏହା ତୃତୀୟ  ସବୁଠୁ ବଡ଼ ଗୁଳି ବିନିମୟ ଥିଲା । ରବିବାର ଏବଂ ସୋମବାର ସୁରକ୍ଷାକର୍ମୀଙ୍କ ସହ ଦୁଇଟି ଗୁଳି ବିନିମୟରେ ହିଜବୁଲ୍ ମୁଜାହିଦ୍ଦିନଙ୍କ ୯ଟି ଆତଙ୍କବାଦୀ ନିହତ ହୋଇଥିଲେ।

   Related Posts