Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

10/07/2021 at 5:48 PM

ଅନନ୍ତନାଗ ୧୦/୦୭ : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା କଓ୍ବାରୀଗାମ ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଆକ୍ରମଣ କରିଥିଲେ । ଫଳରେ ପାଲଟା ଆକ୍ରମଣ ଆରମ୍ଭ କରିଥିଲେ ଭାରତୀୟ ସେନା । ସର୍ଚ୍ଚ ଅପରେସନ ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ଖବର ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା କି ଅନନ୍ତନାଗ ଜିଲ୍ଲା କଓ୍ବାରୀଗାମ ଅଞ୍ଚଳର ଏକ ଗାଁରେ ଆତଙ୍କବାଦୀ ଲୁଚି ରହିଛନ୍ତି । ଏହା ପରେ ସେଠା​‌ରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ୍‌ ଯବାନ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ ଆରମ୍ଭ କରିଥିଲେ । ଏହାର ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିଲା ସେନା । ଉଭୟ ପଟୁ ଗୁଳିମାଡ ବେଳେ ୨ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ସଫା କରିବା​‌ରେ ସଫଳ ହୋଇଛି ସେନା ।

ତେବେ ବର୍ତ୍ତମାନ ସୁଦ୍ଧା ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ମିଳି ନଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି । ମୃତକ ଆତଙ୍କବାଦୀମାନେ କେଉଁ ସଂଗଠନ ସହ ଜଡିତ ତାହାର ଖୋଳତାଡ କରୁଛି ସେନା । ଏହାସହିତ ସେଠାରେ ଯାତାୟତ କରୁଥିବା ଗାଡିଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସଂପୃକ୍ତ ଅଞ୍ଚଳରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ମଧ୍ୟ ରୋକ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଏନକାଉଣ୍ଟର କରିସାରିଲାଣି ସେନା ।  

   Related Posts