Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରତିଶୋଧ ନେଲେ ଯବାନ : ଏନ୍‌କାଉଣ୍ଟରରେ ୨ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି

30/06/2020 at 10:02 AM

ଶ୍ରୀନଗର ୩୦।୦୬: ପ୍ରତିଶୋଧ ନେଲେ ଯବାନ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ସଫା । ୩ ଦିନ ତଳେ ଜଣେ ସିଆରପିଏଫ ଯବାନ ଓ ଜଣେ ୫ ବର୍ଷର ଶିଶୁକୁ ଗୁଳି କରିଥିବା ଆତଙ୍କୀକୁ ଆଜି ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଖି ସେନା । ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଦୁଇ ଆତଙ୍କୀ ମୃତ୍ୟୁ ବରଣ କରିଥିବା ଜମ୍ମୁ-କାଶ୍ମୀର ଡିଜିପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଖବର ପାଇବା ମାତ୍ରେ ସେନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ପୁରା ଅଞ୍ଚଳକୁ ସିଲ୍‌ କରାଯାଇଥିଲା ।  ସ୍ଥାନୀୟ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଜାରି ରଖିଥିଲେ ସେନା ବାହିନୀ । ଆତଙ୍କୀମାନଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ସେନା ବାହିନୀ, କିନ୍ତୁ ସେନା ଉପରକୁ ପାଲଟା ଆକ୍ରମଣ କରିଥିଲେ ଆତଙ୍କୀ । ଶେଷ ଆତଙ୍କୀଙ୍କ ଆକ୍ରମଣର ଜବାବ ଦେଇଥିଲା । ଦୀର୍ଘ ସମୟ ଧରି  ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ଦୁଇଜଣ ଆତଙ୍କୀଙ୍କୁ ନିହତ କରିଥିଲେ ସେନା ବାହିନୀ । ଯାହାଫଳରେ କିଛି ଦିନ ତଳେ ଜଣେ ସିଆର୍‌ଫିଏଫ୍‌ ଯବାନ ଓ ଜଣେ ଶିଶୁଙ୍କୁ ହତ୍ୟାର ପ୍ରତିଶୋଧ ନେଇଛି ସେନା । ତେବେ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କୀ ନିହତ ହୋଇଥିବା  ଜମ୍ମୁ-କାଶ୍ମୀର ଡିଜିପି ସୂଚନା ଦେଇଛନ୍ତି ।

ସେହିପରି ଗତକାଲି (ସୋମବାର) ଦିନ ଜାମ୍ମୁ-କାଶ୍ମୀରରେ ମଧ୍ୟ ଆତଙ୍କୀ-ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡର ଥିବା ଜଣାପଡିଥିଲା । ଗତକାଲି ଏନ୍‌କାଉଣ୍ଟର ହୋଇଥିବା ସ୍ଥଳକୁ କିଛି ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଥିଲା । ଗତ କିଛି ହେଲା ଜାମ୍ମୁ-କାଶ୍ମୀରରେ ସେନା ଗୁଳିରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ଯାହାଫଳରେ ଦେଶରେ କିଛି ବଡ ଅଘଟଣରୁ ରକ୍ଷା ପାଇଯାଇଛି ।

   Related Posts