ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର, ଗୋଡ଼ ଏବଂ ପେଟରେ ବାଜିଛି ଗୁଳି, ବାରିପଦା ଜେଲ୍‌କୁ ନେବା ବାଟରେ ଖସି ପଳାଇବାକୁ କରୁଥିଲା ଉଦ୍ୟମ

Published By : Prameya-News7 Bureau | July 24, 2021 IST

ଭୁବନେଶ୍ୱର, ୨୪/୦୭: ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନ୍‌କାଉଣ୍ଟର୍‌ ହୋଇଛି । ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ପୋଲିସ୍‌ ତା ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର- ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ଆହାତ ହାଇଦରକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏହି ଏନ୍‌କାଉଣ୍ଟର କରିଛି ପୋଲିସ୍‌ । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରୁଥିବା କଟକ-ଭୁବନେଶ୍ୱର ପୋଲିିସ୍‌ କମିଶନର୍‌ ସୂଚନା ଦେଇଛନ୍ତି । ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଥରେ ହାଇଦର୍‌ ପୋଲିସ୍‌କୁ ଚକ୍‌ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.