ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ସେନା କବଜାରେ ୨-୩ ଆତଙ୍କବାଦୀ

Published By : Prameya-News7 Bureau | May 31, 2020 IST

ଶ୍ରୀନଗର ୩୧/୦୫ : ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ସୁରକ୍ଷାବଳ ୨ ରୁ ୩ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି | ଏହା ପୂର୍ବରୁ ଶନିବାର ଦିନ କୁଲଗ୍ରାମରେ ଏନ୍କାଉଣ୍ଟର ହୋଇଥିଲା |

କାଶ୍ମୀର ଜୋନ ପୋଲିସ ଟ୍ୱିଟ କରି କହିଛି ଯେ ପୋଲିସ ଟିମ ଓ ସୁରକ୍ଷାବଳଙ୍କ ମିଳିତ ଅପରେସନ ହୋଇଥିଲା | ଏହି ଏନ୍କାଉଣ୍ଟର ଅନନ୍ତନାଗ ଜିଲ୍ଲାର ପୋସୋକ୍ରିରି ଅଞ୍ଚଳରେ ହୋଇଥିଲା | ଏନକାଉଣ୍ଟରରେ ୨ ରୁ ୩ ଆତଙ୍କବାଦୀଙ୍କୁ ଘେରି ରଖିଥିବା ପୋଲିସ ସୂଚନା ଦେଇଛି |

କୁଲଗ୍ରାମ ଜିଲ୍ଲା ବାନପୋରା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିଲେ | ତେବେ ଏହା ପୋଲିସ ଆତଙ୍କବାଦୀଙ୍କ ପରିଚୟ କହିନାହିଁ | ଜାମ୍ମୁ କାଶ୍ମୀର ପୋଲିସ-ସେନା ଓ ସିଆରପିଏଫର ମିଳିତ ଅପରେସନ ଥିଲା | ଆତଙ୍କବାଦୀଙ୍କ ଠାରୁ ସୁରକ୍ଷାକର୍ମୀ ଅସ୍ତ୍ର ଜବତ କରିଛନ୍ତି | ଏନକାଉଣ୍ଟର ପରେ ସେନା ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା | କିଛି ଦିନ ପୂର୍ବରୁ କୁଲଗ୍ରାମ ଜିଲ୍ଲା ମଞ୍ଜଗାନ ଅଞ୍ଚଳରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ |

ଚଳିତ ମାସ ମଧ୍ୟ ଭାଗରେ ଶ୍ରୀନଗରରେ ନବାକଦଳ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ବିଳମ୍ବିତ ରାତିରେ ହୋଇଥିବା ଏକ ଏନକାଉଣ୍ଟରରେ ହିଜବୂଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ | ଏନକାଉଣ୍ଟରରେ ୩ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ | ସୁରକ୍ଷାକର୍ମୀ ଘଟଣାସ୍ଥଳରୁ ଅସ୍ତ୍ର ମଧ୍ୟ ଜବତ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.