ସୋପିଆନ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ

Published By : Prameya-News7 Bureau | May 31, 2019 IST

ଶ୍ରୀନଗର ୩୧|୫:  ଜମ୍ମୁ ଓ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଜିଲ୍ଲାର ଜୈନପୋରା ଅନ୍ତର୍ଗତ ଦ୍ରାଗଦ୍‌ ଗାଁରେ କର୍ଡନ୍‌ ଆଣ୍ଡ୍‌ ସର୍ଚ୍ଚ ଅପରେସନ୍‌ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ ଅନ୍ୟୂନ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ଗତକାଲି ଦାଙ୍ଗେର୍‌ପୋରା ଗାଁରେ ଆତଙ୍କବାଦୀମାନେ ଛପି ରହିଥିବାର ସୂଚନା ପାଇବା ପରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସେନାର ୨୨ ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ସେଠାରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.