Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ-ମାଓବାଦୀ ଗୁଳିବିନିମୟ : ଜଣେ ଯବାନ ସହିଦ, ଜଣେ ଗୁରୁତର ଏବଂ ଜଣେ ମାଓବାଦୀ ମୃତ

28/08/2019 at 8:41 AM

ମାଲକାନଗିରି ୨୮।୮:  ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ବଣ୍ଡାଘାଟି କଦମଗୁଡା ପଞ୍ଚାୟତର ଡାବୁଗୁଡା ଓ ସୋନୁଗୁଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି ।

ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

   Related Posts